Angul News: ଅନୁଗୁଳ: ଅନୁଗୁଳର ହୋଟେଲ ସ୍ବଦେଶୀ ଠାରେ ଜିଲ୍ଲା ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟକାରିଣୀ ସଭ୍ୟାମାନଙ୍କର ସଂଘ ଗଠନ କରାଯାଇଛି।ଅନୁଗୁଳ ଜିଲ୍ଲାର ଜଣା ଶୁଣା ସମାଜସେବୀ ପ୍ରତିମା ମିଶ୍ର ଙ୍କ ସଭାପତିତ୍ୱ ରେ ଜିଲ୍ଲାର ୫୦୦ରୁ ଉର୍ଦ୍ଧ୍ବ କାର୍ଯ୍ୟକାରିଣୀ ସଭ୍ୟା ମାନେ ଉପସ୍ଥିତ ଥିଲେ।ଭାରତୀୟ ମଜଦୂର ସଂଘ ର ରାଜ୍ୟ ପଦାଧିକାରୀ ଶ୍ରୀନିବାସ ଖୁଣ୍ଟିଆ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ସଂଘ ଗଠନ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।ସଂଘ ର ନୂତନ ଭାବେ କର୍ମକର୍ତ୍ତା ଗଠିତ ହୋଇଥିଲା।ସଭାନେତ୍ରୀ ଭାବେ ପ୍ରତିମା ମିଶ୍ର,ଉପ ସଭାନେତ୍ରୀ ମିନାକ୍ଷୀ ସାହୁ, ପ୍ରମିଳା ଦାସ,ସାଧାରଣ ସମ୍ପାଦିକା ନିରୂପମା ସିଂ,ସହ ସାଧାରଣ ସମ୍ପାଦିକା ଜୟନ୍ତୀ ସାହୁ,ସଂଗଠନ ସମ୍ପାଦିକା ଟିକିନା ପଟ୍ଟନାୟକ,ସମ୍ପାଦିକା ସୁଷମା ନାୟକ, ଚାରୂଲତା ବେହେରା,କୋଷାଧ୍ୟକ୍ଷା ଜ୍ୟୋତିର୍ମୟୀ ବେହେରା,ଓ ସମସ୍ତ କାର୍ଯ୍ୟକାରୀ ସଦସ୍ୟା ମାନେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।ସଂଗଠନ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା।ସ୍କୁଟି ଯୋଜନାରେ ବିନା ସୁଧରେ ସ୍କୁଟି ଦେବା ବଦଳରେ ସୁଧ ସହିତ କିସ୍ତି କାଟି ନେବା,ସ୍କୁଟି ନେଇଥିବା ମହିଳା ମାନଙ୍କର ଡି ଓ ଦେଇ ଛଡାଇ ନେବା ଏବଂ ସ୍କୁଟି ନ ନେଇଥିବା କାର୍ଯ୍ୟକାରୀ କମିଟି ମେମ୍ବର ମାନଙ୍କର ବ୍ୟାଙ୍କ ଆକାଉଣ୍ଟ ରୁ କିସ୍ତି ସୁଧ ସହ କଟାଯାଉଛି ବୋଲି ବୈଠକରେ ଆଲୋଚନା ହୋଇଥିଲା।ରାଜ୍ୟ ସରକାର ଏସ ଏସ ଜି ଗ୍ରୁପ ଙ୍କୁ ୫ ଲକ୍ଷ ପର୍ୟ୍ଯନ୍ତ ଋଣଛାଡ଼ କରିବା କହି ପୁଣି ୧୮% ସୁଧ ନେଇ ସୁଧ ପଇସା ପରେ ଫେରାଇବୁ କହି ନ ଫେରାଇବା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା।ପରିଶେଷରେ ନୂତନ ଭାବେ ସଭାନେତ୍ରୀ ହୋଇଥିବା ପ୍ରତିମା ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ସମସ୍ତ ସମସ୍ୟା କୁ ନେଇ ଉପଯୁକ୍ତ ସ୍ତରରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ।