Angul News: ଅନୁଗୁଳ: ମହାନ୍ ମାନବତାବାଦୀ, କବି ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଛାତ୍ର ସଂଗଠନ ଡି.ଏସ୍.ଓ. ଏବଂ ଯୁବ ସଂଗଠନ ଡି.ୱାଇ.ଓ. ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପୂର୍ବାହ୍ନରେ ଅନୁଗୁଳ ପୌରାଞ୍ଚଳ ଅନ୍ତର୍ଗତ ଗୋପବନ୍ଧୁ ପାର୍କରେ ଛାତ୍ର, ଯୁବକମାନେ ସମବେତ ହୋଇ ଗୋପବନ୍ଧୁଙ୍କ ପ୍ରତିକୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅଲ୍ ଇଣ୍ଡିଆ ଡି.ଏସ୍.ଓ. ଜିଲ୍ଲା ସମ୍ପାଦକ ନାରାୟଣ ନାୟକଙ୍କ ପରି·ଳନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ) ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ଡି.ୱାଇ.ଓ. ରାଜ୍ୟ ସଭାପତି ମାନସ ପାଳ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ଗୋପବନ୍ଧୁଙ୍କ ଜୀବନ ସଂଗ୍ରାମ, ମଣିଷ ପ୍ରତି ଭଲପାଇବା, କର୍ତ୍ତବ୍ୟରେ ନିଷ୍ଠା, ଅନ୍ୟାୟ ବିରୋଧରେ ପ୍ରତିବାଦ କରିବାର ତେଜ ଓ ତାଙ୍କ ସାହିତ୍ୟକୃତି ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ର ଯୁବକମାନଙ୍କ ମଧ୍ୟରେ ତାଙ୍କ ଗୁଣାବଳୀ ଓ ସାହିତ୍ୟ ସୃଷ୍ଟି ଗୁଡିକର ବ୍ୟାପକ ଚର୍ଚ୍ଚା କରାଗଲେ ସମାଜର ସୃଜନଶୀଳତାର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡି.ୱାଇ.ଓ. ଜିଲ୍ଲା ସଭାପତି ନିରଞ୍ଜନ ନାୟକ, ମଳୟ ବେହେରା, ପ୍ରଭାତ ପ୍ରଧାନ, ସୋରେନ ସାହୁ, ଡି.ଏସ୍.ଓ. କାର୍ଯ୍ୟକର୍ତ୍ତା ସରୋଜିନୀ ବେହେରା, ନିରୂପମା ନାୟକ, ଏଲିଶା ପ୍ରିୟଦର୍ଶିନୀ, ସୌମ୍ୟକାନ୍ତ ପ୍ରଧାନ, ·ଷୀନେତା ସୁବାସ ପ୍ରଧାନ, କୁମର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।