ରାଇରଙ୍ଗପୁର: ଆର ସି ସି ଏଫ ହରିତ କୁମାର ପିଙ୍ଗ ଓ ଡେପୁଟୀ ଡାଇରେକଟର ସମ୍ରାଟ ଗୌଡ ଆଇଏଫଏସ ଏସଟିଆର ଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲୀ ଜୀବଜନ୍ତୁ ଧରିବା ପାଇଁ ବାରିପଦା, ରାଇରଙ୍ଗପୁର ଓ ସିମିଳିପାଳ ବନ୍ୟ କର୍ମଚାରୀଙ୍କୁ ନେଇ ଏକ ବୋର୍ଡ ଗଠନ କରାଯାଇଥିଲା | ଗତ ବୁଧବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ସହରରେ ବିକ୍ରି ପାଇଁ ଆସିଥିବା ବଜ୍ରକପ୍ତାର ସନ୍ଧାନ ବନ୍ୟ ଅଫିସରମାନେ ପାଇଲେ। ତା’ପରେ ସେମାନଙ୍କୁ ଧରାଯାଇ ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟରେ ଅଟକ ରଖାଯାଇଛି। ସେମାନେ ୮ ଜଣ ହେଲେ ୧) ସୟନା ସର୍ଦ୍ଦାର (୨୮)ପିତା ଜୟସିଂ ସର୍ଦ୍ଦାର,ରାଇଜମା, ଖରସୁଆଁ ୨) ରମେଶ୍ବର ସର୍ଦ୍ଦାର (୩୩) ପିତା ବୁଦୁ ସର୍ଦ୍ଦାର, ରାଇଜମା, ଖରସୁଆଁ, ୩) ଚୁନୁ ଗାଗରାଇ (୩୩) ପିତା କୁଲାଇ ଗାଗରାଇ, ହଳଦବନି,ପଶୁଡିହି, ୪) ମାଙ୍ଗତା ଗୋପ (୩୦) ପିତା ଅଭି ଗୋପ , ସୁରାବେରା , ଗୋପିଡିହ ୫) ଲାଖିଚରଣ ସର୍ଦ୍ଦାର ( ୩୦)ପିତା ମୋହନ ସିଂ ସର୍ଦ୍ଦାର, ରାଇଜମା, ସରାଇକେଲା , ୬) ଗରଭେଟ୍ କରୋବା (୩୩) ପିତା ମନକି କରୋବା , ସେରେଙ୍ଗବିଲ,ତନ୍ତନଗର ୭) ସେଲାଇଚରଣ ବିରୁଲି (୩୨) ପିତା ଜଗ ମହୋନ ବିରୁଲି, ସେରେଙ୍ଗବିଲ,ତନ୍ତନଗର ଓ ୮) ମନି ନାଗ (୪୨) ପିତା ଦିନୟ ନାଗ ,ଓଡଙ୍ଗ,ସିରୁମ। ସେମାନେ ଝାଡଖଣ୍ଡର ନିବାସୀ ଅଟନ୍ତି। ଉଲ୍ଲେଖଯୋଗ୍ୟ, ବଜ୍ରକାପ୍ତାଟିର ଓଜନ ୫୦ କେଜି ରୁ ଅଧିକ ହେବ ଓ ଏହା ଦେଖିବା ପାଇଁ ବିରଳ ଅଟେ।