Angul News: ତାଳଚେର: ତାଳଚେର ମେଡିକାଲ କଲେଜ ଚଳାଇବା ରେ ବିଳମ୍ବ କାହିଁକି ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି |କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ତାଳଚେର ମେଡିକାଲ କଲେଜ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଏମସିଏଲ ର 20ଏକର ଅଧିଗୃହିତ ଜମି ଓ 1500 କୋଟି ଟଙ୍କାରେ କ୍ୟାମ୍ପସ, ହସ୍ପିଟାଲ ଏବଂ ଚଳାଇବା ପାଇଁ ଆବଶ୍ୟକୀୟ ଖର୍ଚ୍ଚ କେନ୍ଦ୍ର ସରକାର ଙ୍କର ରାଷ୍ଟ୍ରୟତ ଉଦ୍ୟୋଗ ଏମସିଏଲ ପକ୍ଷରୁ ଯୋଗାଇ ଦିଆଯାଇଥିବା ବେଳେ ରାଜ୍ୟ ସରକାର ଙ୍କର ଟଙ୍କାଟିଏ ମଧ୍ୟ ଅବଦାନ ନଥିବା ସତ୍ୱେ ବର୍ଷ ବର୍ଷ ଧରି ମେଡିକାଲ କଲେଜ ଚାଲୁ ନ କରାଇବା ରାଜ୍ୟ ସରକାର ଙ୍କର ଏକ ଷଡ଼ଯନ୍ତ୍ର ନା ଅପାରଗତା ବୋଲି ଶ୍ରୀ ସାମଲ କହିଛନ୍ତି | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଦେବଗଡ଼ ସାଂସଦ ଥିଲେ ସେହି ସମୟରୁ ତାଳଚେର ମେଡିକାଲ କଲେଜ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ |ପରବର୍ତୀ ସମୟରେ ସେ କେନ୍ଦ୍ରମନ୍ତ୍ରୀ ହେବା ପରେ ମେଡିକାଲ କଲେଜ ପାଇଁ ବ୍ୟବସ୍ଥା କରିଥିଲେ |ଏମସିଏଲ ର 20ଏକର ନିଜସ୍ୱ ଜାଗାରେ 500କୋଟି ଟଙ୍କା ବ୍ୟୟ ରେ ସେପ୍ଟେମ୍ବର 3ତାରିଖ 2015 ରେ ତାଳଚେର ମେଡିକାଲ କଲେଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା ମନ୍ତ୍ରୀ ପିୟୁଷ ଗୋୟେଲ ଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିଲା |
ମେଡିକାଲ କ୍ୟାମ୍ପସ ବିଲଡିଂ ନିର୍ଧାରିତ ସମୟ ପୂର୍ବରୁ 2018 ରେ ସମ୍ପୂର୍ଣ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା 2019 ରେ ଉଦଘାଟିତ ହୋଇଥିଲା |ତାଳଚେର ମେଡିକାଲ କଲେଜ ରାଜ୍ୟ ସରକାର ନିୟମାନୁଯାୟୀ ଚଳାଇବା କଥା କିନ୍ତୁ ମନା କରିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଏବଂ ଚିଠି ଲେଖି ବହୁବାର ଅନୁରୋଧ କରିଥିଲେ |ତାଳଚେର ରେ ବିଭିନ୍ନ ଅନୁଷ୍ଠାନ ସାଧାରଣ ନାଗରିକ ବହୁବାର ଆନ୍ଦୋଳନ, ତାଳଚେର ବନ୍ଦ କରିବା ପରେ ଶେଷରେ ଶେଷରେ ରାଜ୍ୟ ସରକାର ମେଡିକାଲ କଲେଜ ବିଲଡିଂ, ସମ୍ପୂର୍ଣ ଆବଶ୍ୟକ ଯନ୍ତ୍ରାସ ସହ ପ୍ରସ୍ତୁତି ଥିବା 500 ବେଡ଼ ର ମେଡିକାଲ ଏବଂ ମେଡିକାଲ ଚଳାଇବା ପାଇଁ ସମ୍ପୂର୍ଣ ଅର୍ଥ ବ୍ୟବସ୍ଥା ପାଇଁ ଏମସିଏଲ ର ଅଧ୍ୟକ୍ଷ ଙ୍କୁ ଚିଠି ଲେଖି 2021 ରେ ଜଣାଇଥିଲେ |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଙ୍କ ସହ କଥା ମେଡିକାଲ କଲେଜ ପ୍ରସଙ୍ଗରେ ଏମସିଏଲ ସବୁ ସର୍ତ୍ତ ରେ ରାଜି ହେବାକୁ ନିର୍ଦ୍ଦେଶ ଦେଇଥିଲେ |
ଏମ ସି ଏଲ ଏହାର ପରିଚାଳନା ପାଇଁ ସମ୍ପୂର୍ଣ ଅର୍ଥ ବ୍ୟୟ କରିବାକୁ ଲିଖିତ ଭାବେ ରାଜ୍ୟ ସରକାର ଙ୍କୁ 25/05/2022ରେ ଜଣାଇଥିଲା,କିନ୍ତୁ ଦୀର୍ଘ 15 ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ରାଜ୍ୟ ସରକାର ଙ୍କ ନିଦ ଭାଙ୍ଗି ନାହିଁ ବୋଲି ରାଜ୍ୟ ସମ୍ପାଦକ ଶ୍ରୀ କାଳନ୍ଦି ସାମଲ ପ୍ରକାଶ କରିଛନ୍ତି |ସ୍ଥାନୀୟ ସାଂସଦ ଓ ବିଧାୟକ ମେଡିକାଲ କଲେଜ ପ୍ରସଙ୍ଗରେ ଦୀର୍ଘ ଚାରି ବର୍ଷ ଧରି ନିରବ କାହିଁକି ବୋଲି ଶ୍ରୀ ସାମଲ କହିଛନ୍ତି |ଏହା ପୂର୍ବରୁ ବିଜେପି ପକ୍ଷରୁ ମାର୍ଚ୍ଚ 24 ତାରିଖ ରେ ମେଡିକାଲ କଲେଜ ପ୍ରସଙ୍ଗରେ ଜଗନ୍ନାଥ ଜିଏମ ଙ୍କୁ ଘେରାଉ କରିବା ସହ ନୋଟିସ ଦିଆଯାଇଥିଲା |ପନ୍ଦର ମାସରେ ହକି ଷ୍ଟାଡିୟମ ହେଇ ପାରୁଛି ମେଡିକାଲ କଲେଜ ପାଇଁ ମୋଦି ସରକାର 1500କୋଟି ଟଙ୍କା ଦେବା ପରେ ମଧ୍ୟ ବିଳମ୍ବ କାହିଁକି ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି |ମେଡିକାଲ କଲେଜ ନାମ କରଣ ପ୍ରସଙ୍ଗରେ ବିଜେପି ଆଗରୁ ଏହା ଦାବୀ କରି ଆସିଥିଲା ଏବଂ ବହୁ ବିଳମ୍ବରେ ପ୍ରଜାମଣ୍ଡଳ ଆନ୍ଦୋଳନ ର କର୍ଣ୍ଣଧାର ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାଁ ମୁଖ୍ୟମନ୍ତ୍ରୀଙ୍କର ମନେ ପଡ଼ିଲା ବୋଲି ଶ୍ରୀ ସାମଲ ଟ୍ୱିଟ କରିବା ସହ ଏକ ପ୍ରେସ ବାର୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି |