Angul News: ତାଳଚେର: ଭାରତ ସରକାର ଙ୍କର କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଜୁନ 24 ତାରିଖ ରେ ତାଳଚେର ଗସ୍ତ କରି ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆରେ ମୋଦି ସରକାର ଙ୍କର ସେବା ସୁଶାସନ ଗରିବ କଲ୍ୟାଣ ର ନଅ ବର୍ଷ ର ପୂର୍ତ୍ତି ଉପଲକ୍ଷେ ଗରିବ କଲ୍ୟାଣ ସମାବେଶ ରେ ଯୋଗଦେଇ ଜନସାଧାରଣ ଙ୍କୁ ସମ୍ବୋଧିତ କରିବେ |ଆଜି ଗୁରୁବାର ଏ ପରିପେକ୍ଷୀରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ନେତୃତ୍ୱ ରେ ହଜାର ହଜାର ଯୁବକ ଏକ ବିରାଟ ମଟର ସାଇକେଲ ରାଲି ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟା ରେ ତାଳଚେର ରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ କୁ ବିକାଶ ତୀର୍ଥ କାର୍ଯ୍ୟକ୍ରମ ମାଧ୍ୟମରେ ପରିଦର୍ଶନ କରିଥିଲେ |ପାଗର ପ୍ରତିକୂଳ ପରିସ୍ଥିତି ସତ୍ୱେ ଭୀଷଣ ବର୍ଷା କୁ ଖାତିର ନକରି କାର୍ଯ୍ୟକର୍ତା ମାନେ ଭିଜି ଭିଜି ଆନନ୍ଦ ବଜାର ଥର୍ମାଲ ଠାରୁ ବାହାରି ତାଳଚେର ଥର୍ମାଲ, ଏଫସିଆଇ, ମେଡିକାଲ କଲେଜ କୁ ବିଜେପି କାର୍ଯ୍ୟକର୍ତା ମାନେ ହଜାର ହଜାର ସଂଖ୍ୟାରେ ମଟର ସାଇକେଲ ଶୋଭାଯାତ୍ରା ରେ ଯାଇ ସେହି ବିକାଶ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ ପରେ ଶୋଭାଯାତ୍ରା ସହର ପରିକ୍ରମା କରି ଯେଉଁ ସ୍ଥାନରେ ଜୁନ 24ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହେବ ସେହି ସ୍ଥାନରେ ପହଂଚି ଥିଲେ |ଆଜିର ଏହି କାର୍ଯ୍ୟକ୍ରମ ରେ ବିଧାନସଭା ପ୍ରଭାରୀ ସୁଦିପ ଗଡ଼ନାୟକ, ମହା ଜନ ସମ୍ପର୍କ ଅଭିଯାନ ର ଜିଲ୍ଲା ସହ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ଯୁବମୋର୍ଚ୍ଚା ଜିଲ୍ଲା ଉପ ସଭାପତି ତଥା ବିକାଶ ତୀର୍ଥ କାର୍ଯ୍ୟକ୍ରମ ର ସଂଯୋଜକ କାଉନସିଲର ସ୍ୱାଧୀନ ଥମ୍ବ,ବିକାଶ ତୀର୍ଥ କାର୍ଯ୍ୟକ୍ରମ ର ସହ ସଂଯୋଜକ ସନ୍ତୋଷ କୁମାର ମହାସୁପକାର, କଣିହାଁ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସୁନୀଲ ବିଶ୍ୱାଳ, ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ଯୁବକ ଯୋଗ ଦେଇଥିଲେ |