Angul News: ଅନୁଗୁଳ: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁନ ୨୪ ତାରିଖ ରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥି ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲୁ ରହିଛି ବୋଲି ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି। ଜୁନ ୨୪ରେ ଦିନ ୧୦ଟାରେ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିବେ। ଅପରାହ୍ନ ୪ଟାରେ ଅନୁଗୁଳ ସଭାଘରଠାରେ ଅନୁଗୁଳ ବିଧାନସଭା କ୍ଷେତ୍ରର ବିଜେପିର ସାତୋଟି ମୋର୍ଚ୍ଚାର ପଦାଧିକାରୀ ତଥା ସଂଯୁକ୍ତା ମୋର୍ଚ୍ଚା ସମିଳନୀ ରେ ଯୋଗଦେବେ। ଜୁନ ୨୪ରେ କଣିହାଁରେ ରାତ୍ରୀ ଯାପନ କରି ୨୫ଜୁନ ସକାଳ ୯ଟାରେ କଣିହାଁ ବଡ଼ ଗୁଣ୍ଡୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ। ଦିନ ୧୦ ଟାରେ ପାଳଲହଡା ଖମାର ଠାରେ ଏକ ଜନସଭା ରେ ଉଦବୋଧନ ଦେବେ।
ସେହିପରି ଅପରାହ୍ନ ୫ଟାରେ ନାଲକୋ ଠାରେ ଡ଼ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ପରେ ସନ୍ଧ୍ୟା ୭ଟାରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ଜନସଙ୍ଘ ଅମଳରୁ ପୁରୁଣା କାର୍ଯ୍ୟକର୍ତାଙ୍କ ସହ ଏକ ବୈଠକରେ ଯୋଗଦେଇ ସହ ଭୋଜନ କରିବେ। ଅନୁଗୁଳରେ ରାତ୍ରୀ ଯାପନ କରି ଜୁନ ୨୬ରେ ସକାଳ ଆଠ ଟାରେ ଅନୁଗୁଳ ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଦିନ ୧୦ଟାରେ ଛେଣ୍ଡିପଦା ଜଗନ୍ନାଥ ମନ୍ଦିର ସମ୍ମୁଖ ପଡ଼ିଆରେ ଏକ ବିରାଟ ଗରିବ କଲ୍ୟାଣ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ତତ୍ୱାବଧାନରେ ସମସ୍ତ ବିଧାନସଭା କ୍ଷେତ୍ରରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ମହା ଜନ ସମ୍ପର୍କ ଅଭିଯାନର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ଏବଂ ସହ ସଂଯୋଜକ ତଥା ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଅନୁଗୁଳ ଜିଲ୍ଲା ର ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଥିବାର ପ୍ରକାଶ।