ମୟୂରଭଞ୍ଜ: କିଛି ଦିନର ବ୍ୟବଧାନ ପରେ ଶିକାରୀ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଶୁକ୍ରବାର ରାତିରେ ଶିକାରୀ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ହୋଇଛି। ଦିନକୁଦିନ ଶିମିଳିପାଳରେ ଶିକାରୀଙ୍କ ଦାଦାଗିରି ବଢ଼ିବାରେ ଲାଗିଛି। ଶିମିଳିପାଳରେ ଅବାଧ ପଶୁ ବଢ଼ିବାରେ ଲାଗିଛି, ବନବିଭାଗର ସତଚେଷ୍ଟା ପରେ ମଧ୍ୟ ଶିକାରୀମାନଙ୍କୁ ଦମନ କରିବାରେ ଅସଫଳ ହେଉଛି ବନବିଭାଗ। ସୂଚନାଯୋଗ୍ୟ ଶୁକ୍ରବାର ରାତି ଗୋଟାଏ ବେଳକୁ ଘନ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟରେ ପାଖାପାଖି ୪୦ ଶିକାରୀଙ୍କ ସହ ସାମ୍ନାସାମ୍ନି ହୋଇଥିଲା ବନବିଭାଗର କର୍ମଚାରୀ ମାନେ। ଶିକାରୀ ଅନ୍ଧାଧୁନ ଫାଇରିଙ୍ଗ କରିବାରୁ ଫରେଷ୍ଟରଙ୍କ ଛାତିରେ ଗୁଳି ବାଜିଥିଲା।ଘଟଣା ସ୍ଥଳରୁ ଶିକାରୀ ଦଳ ଆସି ପଳାଇ ଯାଇଥିଲେ।ଫରେଷ୍ଟର ହେଉଛନ୍ତି କେନ୍ଦୁମୁଣ୍ଡି,ବାରହା କାମୁଡ଼ା ବିଭାଗର ଗାମୁଛାଝରନ ଫରେଷ୍ଟର ମାଥି ହାଁସଦା ।ଗୁରୁତ୍ବର ମାଥିଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ତୁରନ୍ତ କରଞ୍ଜିଆ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ରାତି ୨ଟା ୩୦ମିନିଟରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। କିଛି ଦିନ ପୂର୍ବରୁ ଜଣେ ଫରେଷ୍ଟ ଗାର୍ଡଙ୍କୁ ଏଭଳି ଗୁଳିକରି ହତ୍ୟା କରିବାର ଘଟଣା ମନରୁ ନ ଲିଭୁଣୁ ଏ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଚହଳ ସୃଷ୍ଟି କରିଦେଇଛି