Angul News: ଅନୁଗୁଳ: ଚାଷୀ, ମୂଲିଆ, ଗରିବ, ଖଟିଖିଆ, ଛାତ୍ର ଯୁବକ ତଥା ଶୋଷିତ ମଣିଷର ଏକମାତ୍ର ବିପ୍ଳବୀ ଦଳ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ)ର ୭୫ତମ ପ୍ରତିଷ୍ଠା ବର୍ଷିକୀ ଅନୁଗୁଳ ଶିକ୍ଷକପଡାସ୍ଥ ପାର୍ଟି ଅଫିସ୍ ଠାରେ ଶତାଧିକ ପାର୍ଟିର କର୍ମୀ, ସମର୍ଥକଙ୍କୁ ନେଇ ସକାଳ ୮ ଘଟିକା ସମୟରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ବାର୍ଷିକୀ ସଭା ଆରମ୍ଭରେ ପାର୍ଟିର ରକ୍ତ ପତାକା ଉତ୍ତୋଳନ କରି ଥିଲେ ରାଜ୍ୟ କମିଟି ସଭ୍ୟ ତଥା ଅନୁଗୁଳ ଜିଲ୍ଲା କମିଟି ଅଫିସ୍ ସମ୍ପାଦକ କମ୍ରେଡ ନିରାକାର ପଣ୍ଡା ଏବଂ ମହାନ୍ନେତା କମ୍ରେଡ ଶିବଦାସ ଘୋଷଙ୍କ ଫଟୋଚିତ୍ରରେ ମାଲ୍ୟଦାନ, ପାର୍ଟି ପ୍ରତିଷ୍ଠା ଦିବସ ମହାନ୍ ୨୪ ଏପ୍ରିଲ୍ ଉପରେ ରଚିତ ସଙ୍ଗୀତ ଗାନ କରାଯାଇଥିଲା । ଆଞ୍ଚଳିକ କମିଟିି ସମ୍ପାଦକ କମ୍ରେଡ ବ୍ରଜବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଞ୍ଚଳିକ କମିଟିି ସଭ୍ୟ କମ୍ରେଡ ବିଷ୍ଣୁ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ଜିଲ୍ଲା କମିଟିର ସଭ୍ୟା କମ୍ରେଡ ମାନସୀ ସ୍ୱାଇଁ ମୁଖ୍ୟବକ୍ତାଭାବରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ)କୁ ସ୍ୱାଧୀନତା ଆନେ୍ଦାଳନର ଆପୋଷହୀନ ଧାରାର ମହାନ୍ ଯୋଦ୍ଧା କମ୍ରେଡ ଶିବଦାସ ଘୋଷ ମାତ୍ର ୨୨ବର୍ଷ ବୟସରେ ଜେଲ୍ରୁ ବାହାରି ଆସିଲା ପରେ ମାତ୍ର କେତେଜଣ ସହଯୋଦ୍ଧାଙ୍କୁ ନେଇ ପ୍ରତିଷ୍ଠା କରିଥିଲେ । ଅଚିହ୍ନା, ଅପରିଚିତ, ଶୂନ୍ୟହସ୍ତରେ ଏତେ ବଡ ଭାରତବର୍ଷରେ କଠୋର କଠିନ ସଂଗ୍ରାମ ମଧ୍ୟଦେଇ ସମସ୍ତ ପ୍ରକାର ଥଟ୍ଟା ବିଦ୍ରୁପକୁ ସହ୍ୟକରି ଏହି ପାର୍ଟିଟିକୁ ଗଢ଼ିତୋଳି ଥିଲେ । ଆଜି ସାରାଦେଶରେ ଏହି ପାର୍ଟି ବ୍ୟାପ୍ତି ଘଟୁଛି । ସାଧାରଣ ମଣିଷର ଯେଉଁଠାରେ ସମସ୍ୟା ସେହିଠାରେ ଏହି ପାର୍ଟି ରହିବ । ଅନ୍ୟ ସମସ୍ତ ଦଳ ମାଲିକ, ପୁଞ୍ଜିପତିର ଦଳ । ନିର୍ବାଚନରେ ଗୋଟିଏ ଦଳ ବଦନାମ ହେଲେ ମାଲିକଶ୍ରେଣୀ ଆଉ ଏକ ଦଳ ଟଙ୍କା ପଇସା ଦେଇ ଜନସାଧାରଣଙ୍କ ସାମ୍ନାରେ ଠିଆ କରିଥାଏ । ସାଧାରଣ ମଣିଷଭାବେ ଏହି ନୂଆଦଳ ଆମ ସାଧାରଣ ମଣିଷର କାମ କରିବ । ଏହିଭଳି ଭାବନା ଭୁଲ୍ । କାରଣ କଂଗ୍ରେସ, ବିଜେପି, ବିଜେଡି ଯେତେ ନାମକରା ବଡ ବଡ ଦଳ ଦେଖୁଛନ୍ତି ସମସ୍ତଙ୍କର ନୀତି ଆଦର୍ଶ ଏକ । ସେହିଠାରେ ଏକମାତ୍ର ଶ୍ରମିକ ·ଷୀମୂଲିଆ ଶୋଷିତ ମଣିଷର ବିପ୍ଳବୀ ଦଳ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) । ଯେଉଁ ଦଳଟି ସାଧାରଣ ମଣିଷର ସାହାଯ୍ୟ ସହଯୋଗରେ ଗଢ଼ିଉଠୁଛି ଏବଂ ସାଧାରଣ ମଣିଷର ବଞ୍ଚôବାର ଦାବି ସମସ୍ତଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ନାରୀ ନିର୍ଯ୍ୟାତନା ବନ୍ଦ, ଭିଟାମାଟି ରକ୍ଷା କରିବା ଆଦି ଆନେ୍ଦାଳନ ନେଇ ଲଢ଼େଇ କରୁଛି – ଏହିଦଳକୁ ଶକ୍ତିଶାଳୀ କରି ଗଢ଼ିତୋଳିବାକୁ ସେ ଆହ୍ୱାନ ଦେବାସହିତ ଚଳିତବର୍ଷ ୫ ଅଗଷ୍ଟ ସର୍ବହରାର ମହାନ୍ ନେତା କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମଶତବର୍ଷ କଲିକତାସ୍ଥ ବିଗ୍ରେଡ ପ୍ୟାରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଏହି ଜନ୍ମଶତବର୍ଷ କାର୍ଯ୍ୟକ୍ରମରେ ସାରାଦେଶରୁ ସମସ୍ତ ରାଜ୍ୟରୁ ବହୁ ସଂଖ୍ୟାରେ ଖଟିଖିଆ ଜନସାଧାରଣ ଯୋଗଦେବେ । ଆମ ଜିଲ୍ଲାରୁ ମଧ୍ୟ ବହୁସଂଖ୍ୟାରେ ଯୋଗଦେବାପାଇଁ ସେ ଆହ୍ୱାନ କରିଥିଲେ । କମ୍ରେଡ ଶିବଦାସ ଘୋଷଙ୍କ ଉପରେ ରଚିତ ସଙ୍ଗୀତ ଓ ଆନ୍ତର୍ଜାତିକ ସଙ୍ଗୀତ ଗାନ କରିବା ପରେ ସଭା ଶେଷ ହୋଇଥିଲା ।