Angul News (ସୁବ୍ରତ ପଟ୍ଟନାୟକ): ସମ୍ଭଲପୁର ଠାରେ ହିନ୍ଦୁ ସାମାଜ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଆକ୍ରମଣ ସହ ପରବର୍ତ୍ତୀ ସମୟରେ ଘଟଣା କ୍ରମରେ ଜଣେ ହିନ୍ଦୁ ନାଗରିକ ଙ୍କ ମୃତ୍ୟୁ ନେଇ ବିକ୍ଷୋଭ । ଅନୁଗୁଳ ଜିଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହିନ୍ଦୁ ସମ୍ପ୍ରଦାୟର ଲୋକମାନେ । ସେମାନେ ଅଭିଯୋଗ କରିଛନ୍ତି ଯେ ସମ୍ପୂର୍କ୍ତ ଘଟଣା ଘଟିବା ସ୍ଥାନୀୟ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଅପାରଗତା ଯୋଗୁ ସଂଗଠିତ ହୋଇଥିବା ଗୃହ ବିଭାଗ ଦାଇତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏନେଇ ମୁହଁ ନ ଖୋଲିବା ଦୁର୍ଭାଗ୍ୟ ଜନକ । ଏଭଳି ପରିସ୍ଥିତି ରେ ହିନ୍ଦୁ ଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାର ଦୋମୁହାଁ ଆଭିମୁଖ୍ୟ ପୋଷଣ କଲେ ହିନ୍ଦୁ ସମାଜ ଆଗାମୀ ଦିନରେ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ ।