ନୂଆଦିଲ୍ଲୀ: ୪୪ କୋଟି ଏସ୍ବିଆଇ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଯଦି ଆପଣଙ୍କର ଡେବିଟ୍ କାର୍ଡ କେଉଁଠି ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ଆପଣଙ୍କୁ କଣ କରିବା ଦରକାର ତାହା ଖୁବ୍ ସରଳ ଭାବରେ ଭିଡିଓ ମାଧ୍ୟମରେ ସୂଚନା ଦେଇଛି ଷ୍ଟେଟ୍ ବ୍ୟାଙ୍କ୍। କାର୍ଡ ହଜିଗଲେ କେମିତି ଏହାକୁ ବ୍ଲକ୍ କରିବେ ତାହା ଜଣାଇଛି ଏସ୍ବିଆଇ।
SBI ଜାରି କରିଥିବା ୧.୨୫ ମିନିଟ୍ର ଭିଡିଓରେ ଡେବିଟ୍ କାର୍ଡକୁ ବ୍ଲକ୍ କରିବା, ରିପ୍ଲେସ୍ମେଣ୍ଟ କରିବା କିମ୍ବା ଆଉ ଥରେ କେମିତି ବନେଇବା ସେ ବିଷୟରେ ସୂଚନା ଦେଇଛି ବ୍ୟାଙ୍କ। ସୂଚନା ଅନୁସାରେ ଯଦି ଆପଣଙ୍କ ଡେବିଟ୍ କାର୍ଡ ହଜିଯାଏ ତେବେ ପ୍ରଥମେ ୧୮୦୦୧୧୨୨୧୧ କିମ୍ବା ୧୮୦୦୪୨୫ ୩୮୦୦ ନମ୍ବରକୁ କଲ୍ କରିବା ଦରକାର। ଏହାପରେ କାର୍ଡକୁ ବ୍ଲକ୍ କରିବାକୁ ଦିଆଯାଉଥିବା ନିର୍ଦ୍ଦେଶକୁ ଫଲୋ କରିବା ଦରକାର।
କିନ୍ତୁ ଏଥିରେ ଆପଣଙ୍କୁ ନମ୍ବର ବ୍ୟାଙ୍କରେ ରେଜିଷ୍ଟର ହୋଇଥିବା ଦରକାର ଓ ଆପଣ ବ୍ଲକ୍ କରିବାକୁ ଚାହୁଁଥିବା କାର୍ଡ ନମ୍ବର ମଧ୍ୟ ମନେ ରଖିଥିବା ଜରୁରୀ। ନିର୍ଦ୍ଦେଶ ଅନୁସାରେ ଫଲୋ କରି କାର୍ଡ ବ୍ଲକ୍ କରିଦେବା ପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍କୁ ଏସ୍ଏମ୍ଏସ୍ ଆସିବ। ଏଠାରେ ଚାହିଁଲେ ଆପଣ କାର୍ଡର ରିପ୍ଲେସ୍ମେଣ୍ଟ ଅର୍ଡର ମଧ୍ୟ ଦେଇପାରିବେ। ଆଉ ଏହାପରେ ନୂଆ କାର୍ଡ ଆପଣଙ୍କ ଘରେ ପହଞ୍ଚିଯିବ। ତେବେ ବ୍ୟାଙ୍କ ଏଥିପାଇଁ କିଛି ଚାର୍ଜ ବି ନେଇଥାଏ।
ନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ବ୍ଲକ କରନ୍ତୁ ହଜିଯାଇଥିବା କାର୍ଡ
ଯଦି ଆପଣ କଲ୍ କରି କାର୍ଡ ବ୍ଲକ୍ କରିବାକୁ ଚାହୁଁ ନାହାଁନ୍ତି ତେବେ ନେଟ୍ ବେଙ୍କିଙ୍ଗ ଜରିଆରେ ମଧ୍ୟ ଆପଣ ନିଜର ଡେବିଟ୍ କାର୍ଡ ବ୍ଲକ୍ କରିପାରିବେ। ଏଥିପାଇଁ ତଳେ ଦିଆଯାଇଥିବା ନିର୍ଦ୍ଦେଶାବଳିଙ୍କୁ ଫଲୋ କରିବାକୁ ପଡ଼ିବ।
ଏଥିପାଇଁ www.onlinesbi.com ଲଗ୍ଇନ୍ କରିବା ପରେ ‘ଇ ସର୍ଭିସେସ୍’ରେ ଏଟିଏମ କାର୍ଡ ସର୍ଭିସେସ୍ ଭିତରେ ଥିବା ‘BLOCK ATM CARD’ ବିକଳ୍ପ ବାଛନ୍ତୁ।
ଏହାପରେ ଡେବିଟ୍ କାର୍ଡରେ ଲିଙ୍କ୍ ଥିବା କାର୍ଡକୁ ସିଲେକ୍ଟ କରନ୍ତୁ। ଫଳରେ ସବୁ ଆକ୍ଟିଭ୍ ଓ ବ୍ଲକ ହୋଇଥିବା କାର୍ଡ ଦେଖାଯିବ। ସେଠାରେ କାର୍ଡର ପ୍ରଥମ ୪ ଓ ଶେଷ ୪ ଅଙ୍କ ଦେଖିବାକୁ ମିଳିବ। କାର୍ଡକୁ ବ୍ଲକ୍ କରିବା ସମୟରେ ଏହାର କାରଣ ବି ଲେଖି ସବ୍ମିଟ କରନ୍ତୁ।
ଡିଟେଲ୍ସ ଭେରିଫାଏ ଓ ସୁନିଶ୍ଚିତ କରନ୍ତୁ। ଏହାପରେ ଅଥେଣ୍ଟିକେଶନ ପ୍ରଣାଳିରୁ ଗୋଟିଏ ଓଟିପି କିମ୍ବା ପାସ୍ୱାର୍ଡକୁ ବାଛି ଯେଉଁଥିରେ ଗୋଟିଏ ଦବା ପରେ କନଫର୍ମ ବଟନ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ କାର୍ଡ ବ୍ଲକ ହୋଇଯିବ।
ଏସ୍ଏମ୍ଏସ୍ ଦ୍ୱାରା କେମିତି ବ୍ଲକ୍ କରିବେ କାର୍ଡ ?
ଡେବିଟ୍ କାର୍ଡ ହଜିବା ପରେ ଆପଣଙ୍କ ଏସ୍ଏମ୍ଏସ୍ ଜରିଆରେ ନିଜର କାର୍ଡ ବ୍ଲକ୍ କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ୟୁଜର୍ନେମ୍ ଓ ପାସ୍ୱୱାର୍ଡର ଆବଶ୍ୟକତା ବି ପଡ଼ିବ ନାହିଁ। ଏଥିପାଇଁ ଆପଣଙ୍କ ଆକାଉଣ୍ଟ ନମ୍ବରରେ ପଞ୍ଜିକୃତ ହୋଇଥିବା ମୋବାଇଲ୍ ନମ୍ବର୍ରେ BLOCK ଲେଖିବା ସହିତ କାର୍ଡର ଶେଷ ୪ ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖି ୫୬୭୬୭୬କୁ ଏସ୍ଏମ୍ଏସ୍ କରିବାକୁ ପଡ଼ିବ। ଏହାପରେ ଆପଣଙ୍କ ପାଖକୁ ବ୍ୟାଙ୍କ ପକ୍ଷରୁ କାର୍ଡ ବ୍ଲକକୁ ସୁନିଶ୍ଚିତ କରିବାକୁ ମେସେଜ୍ ଆସିବ ଯେଉଁଥିରେ ଟିକଟ ନମ୍ବର ବ୍ଲକ୍ କରିବାର ତାରିଖ ଓ ସମୟ ବି ଲେଖାଥିବା।
SBI YONO ଆପ୍ରେ କାର୍ଜ ବ୍ଲକ୍ କରିହେବ
ଏଥିପାଇଁ SBI YONO ଆପ୍କୁ ଯାଇ Service Request ଅପସନ ଉପରେ କ୍ଲିକ୍ କରନ୍ତୁ। ଏହାପରେ Block ATM/Debit Card ସିଲେକ୍ଟ କରନ୍ତୁ। ଏହାପରେ ନିଜର ଇଣ୍ଟର୍ନେଟ୍ ବେଙ୍କିଙ୍ଗ୍ ପ୍ରୋଫାଇଲ୍ର ପାସ୍ୱାର୍ଡ ଦିଅନ୍ତୁ। ଏବେ କାର୍ଡ ଲିଙ୍କ ଥିବା ଆକାଉଣ୍ଟକୁ ସିଲେକ୍ଟ କରନ୍ତୁ। ଏବେ କାର୍ଡ ନମ୍ବର ବାଛି ବ୍ଲକ୍ କରିବାର କାରଣ ସବ୍ମିଟ୍ କରି ଆପଣ ଡେବିଟ୍ କାର୍ଡ ବ୍ଲକ୍ କରିପାରିବେ।