Angul News (ସୁବ୍ରତ ପଟ୍ଟନାୟକ): ମନ୍ତ୍ରୀ ନବ ଦାସ ହତ୍ୟାମାମଲାରେ ସଠିକ ତଦନ୍ତ ଦାବି ପାଇଁ ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କରାଯାଇଥିବା ପ୍ରତିବାଦରେ ଯୁବ ମୋର୍ଚ୍ଚା କର୍ଯ୍ୟକର୍ତାଙ୍କୁ ଯୋଜନା ମୁତାବକ ପୋଲିସ ଅତରକିତ ଆକ୍ରମଣକୁ ନେଇ ଆଜି ତାଳଚେର ବିଧାନସଭା କ୍ଷେତ୍ର ପକ୍ଷରୁ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ ଙ୍କ ନେତୃତ୍ୱରେ ଏନଟିପିସି ଓ କଣିହାଁ ଥାନା ରେ ରାଜ୍ୟ ପୋଲିସ ନିର୍ଦ୍ଦେଶକ ଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ବିରୁଦ୍ଧରେ ଦେଇଛନ୍ତି ଏତଲା । ବିଭିନ୍ନ ସ୍ଲୋଗାନ ଦେଇ ବିଜେପି କାର୍ଯ୍ୟକର୍ତା ମାନେ ପ୍ରଥମେ ଏନଟିପିସି ଓ ପରେ କଣିହାଁ ଥାନା ରେ ଦେଇଥିଲେ ଏତଲା ।