Angul News (ସୁବ୍ରତ ପଟ୍ଟନାୟକ): ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ଦୀର୍ଘ ଦିନର ଦାବି ତାଳଚେର ମେଡିକାଲ କଲେଜକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନୀତ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର, ନର୍ସ, କର୍ମ·ରୀ ପଦବୀ ପୂରଣ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ପୋଲଟ୍ରି ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ପୋଲଟ୍ରି ଫାର୍ମର ସମସ୍ତ ଜାଗାକୁ ଅବିଳମ୍ବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରିବା, ପ୍ରଦୂଷଣ ବିଷବଳୟରେ ଜର୍ଜରିତ ଅନୁଗୁଳ ଜିଲ୍ଲାର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଦୁ୍ୟତ୍ ଯୋଗାଇ ଦେବା, ଜିଲ୍ଲାରେ ପ୍ରତିଷ୍ଠିତ ଶିଳ୍ପ, ଖଣି ଓ ଅଭୟାରଣ୍ୟ ପାଇଁ ବିସ୍ଥାପନ ପୂର୍ବରୁ ଉପଯୁକ୍ତ କ୍ଷତିପୂରଣ, ଥଇଥାନ କରିବା ସହିତ ସମସ୍ତ ବେକାର ଯୁବକ-ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା, ଜିଲ୍ଲାରେ ବହୁ ଦିନରୁ ପ୍ରସ୍ତାବିତ ସୁରେଶ୍ୱରୀ, ଧଉରାଗୋଠ, ହିଡିସିଙ୍ଗ, ଢ଼ୋଲଢ଼ୁମୁରି, କାଣିଘାଇ, ସମାକୋଇ, କୁତୁଲସିଙ୍ଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର କରିବା, ଅନୁଗୁଳ ସହରରେ ଥିବା ସଭାଘର ପାଇଁ ମାତ୍ରାଧିକ ଭଡା ଆଦାୟ ବନ୍ଦକରି ସର୍ବସାଧାରଣଙ୍କ ପାଇଁ ସର୍ବନିମ୍ନ ଭଡା ଧାର୍ଯ୍ୟ କରିବା ପ୍ରଭୃତି ନଅ ଦଫା ଦାବିରେ ଆଜି “ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି” ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଜନ ଆନେ୍ଦାଳନ ଅନୁଷ୍ଠିତ ହୋଇଯାଇଛି ।
କମିଟିର ଆବାହକ ବରିଷ୍ଠ ଆଇନ୍ଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ କମିଟିର ଅନ୍ୟତମ ଆବାହକ ରବିନ୍ଦ୍ର ପ୍ରସାଦ ପଟ୍ଟନାୟକ, ଅଭିମନୁ୍ୟ ସ୍ୱାଇଁ, ତ୍ରେତାନନ୍ଦ ସାମନ୍ତ, ବ୍ରଜବନ୍ଧୁ ସାହୁ, ତ୍ରିଲୋଚନ ଜେନା, ତୀର୍ଥବାସୀ ଭୋଇ, ମାନସ ପାଳ, ପର୍ଶୁରାମ ଦାସ, ରମେଶ ସାହୁ, ନିରୋଦ ଚନ୍ଦ୍ର ପାଳ, ଓକିଲ ସଂଘର ପୂର୍ବତନ ସଭାପତି ଦିଲ୍ଲୀପ ଦାସ, ହେମନ୍ତ ଦାସ, ପଠାଣୀ ବାରିହା, ରିୟାଜୁଦ୍ଦିନ ଅହମଦ୍, ଅଶୋକ କୁମାର ତ୍ରିପାଠୀ, ନିରୂପମା ପ୍ରଧାନ, ତରୁଣ କୁମାର ଦେହୁରୀ, ସୁନିଲ କୁମାର ପ୍ରଧାନ, କେଦାର ପ୍ରଧାନ, ପରମେଶ୍ୱର ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ନିରଞ୍ଜନ କର, ପ୍ରବୋଧ କୁମାର ସ୍ୱାଇଁ, ବଲବୀର ସିଂ, ବଳରାମ ନାୟକ, ଅଜୟ ଭାଇ, ପରେଶ କୁମାର ସାହୁ, ସୂର୍ଯ୍ୟନାରାୟଣ ନାଥ, ଆଦ୍ୟାଶ୍ଳୋକ ମିଶ୍ର, ପ୍ରମୋଦ କୁମାର ବେହେରା, ଭୋଳେଶ୍ୱର ଗୋଛାୟତ, ପ୍ରଦୁ୍ୟମ୍ନ କୁମାର ନାଏକ, ଦାମୋଦର ଦାସ ପ୍ରମୁଖ ବକ୍ତବ୍ୟ ଦେଇ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିବାବେଳେ ଜିଲ୍ଲାର ମୌଳିକ ସମସ୍ୟାର ସମାଧାନ କ୍ଷେତ୍ରରେ ଚରମ ଅବହେଳା ଓ ଉଦାସୀନତାକୁ ତୀବ୍ର ନିନ୍ଦା କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାମ୍ବଡା ନୀତି ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ୫ଶହ କୋଟି ଟଙ୍କାରେ ନିର୍ମିତ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଉନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । ଜିଲ୍ଲାବାସୀ କୋଇଲା ଖଣି ଓ ପ୍ରତିଷ୍ଠିତ ତାପଜ ବିଦୁ୍ୟତ୍ ଶିଳ୍ପର ଧୂଳି, ଧୂଆଁ, ପାଉଁଶର ପ୍ରଦୂଷଣ ବିଷବଳୟରେ ଜର୍ଜରିତ ହେଉଛନ୍ତି । ଏଠି ବିଦୁ୍ୟତ୍ ଉତ୍ପାଦିତ ହୋଇ ଦିଲ୍ଲୀ, ପଞ୍ଜାବ ଭଳି ରାଜ୍ୟରେ ମାଗଣା ବିଦୁ୍ୟତ୍ ବଣ୍ଟନ ହେଉଥିବାବେଳେ ଜିଲ୍ଲାବାସୀ ଉପଯୁକ୍ତ ବିଦୁ୍ୟତ୍ ସେବାରୁ ବଞ୍ଚôତ ହେଉଛନ୍ତି ।
ଜିଲ୍ଲାର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଦୁ୍ୟତ୍ ଯୋଗାଇଦେବା ପାଇଁ ସେମାନେ ଦାବି କରିଥିଲେ । ଆମ ଜିଲ୍ଲାର କୃଷିଜମି, ଭିଟାମାଟି ଅଧିଗ୍ରହଣ ହୋଇ ଶିଳ୍ପ, କଳକାରଖାନା ପ୍ରତିଷ୍ଠା ହେଉଛି । ମାତ୍ର ଜିଲ୍ଲାର ବେକାର ଯୁବକମାନଙ୍କୁ ନିଯୁକ୍ତି ନମିଳିବା ଫଳରେ ବାଧ୍ୟହୋଇ ଦାଦନ ଖଟିବାକୁ ଯାଉଛନ୍ତି । ଜିଲ୍ଲାରେ ପ୍ରତିଷ୍ଠିତ ଶିଳ୍ପ ଓ କାରଖାନାରେ ବେକାର ଯୁବକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପାଇଁ ବକ୍ତାମାନେ ଦୃଢ଼ ଦାବି କରିଥିଲେ । ଆନେ୍ଦାଳନର ସ୍ଥଳରୁ ଏକ ୧୧ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରଜନୀକାନ୍ତ ସ୍ୱାଇଁଙ୍କୁ ସାକ୍ଷାତ କରି ୯ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବା ସହିତ ଦାବି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଜିଲ୍ଲାବାସୀଙ୍କ ପକ୍ଷରୁ ଉପସ୍ଥାପିତ ଦାବିଗୁଡିକ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନେ୍ଦାଳନର ଚେତାବନୀ ଦେଇ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।