Spread the love

ଢେଙ୍କାନାଳ (ସୁବ୍ରତ ପଟ୍ଟନାୟକ): ବୁଲ୍ଟଜାର,ଉଡ଼ିଲା ନାଲି ପତାକା।ପୋଲିସ ଉପସ୍ଥିତିରେ ଭାଙ୍ଗିଲା କୌପୀନ ସମାଜ ର ମଠ, ମନ୍ଦିର,ଧୂନି ମନ୍ଦିର ସହ ବତୀ ଘର।ପୁରା ମହିମା ଗାଦିରେ ଲାଗିଲା144 ଧାରା।ଭାବ ବିହ୍ୱଳ ପରିସ୍ଥିତିରେ ଗାଦି ଛାଡ଼ିଲେ କୌପୀନ ସମାଜ ବାବା।ଢ଼େଙ୍କାନାଳ ବିଶ୍ଵ ପ୍ରସିଦ୍ଧ ମହିମା ଯୋରନ୍ଦା ଗାଦି ରେ ଆଜି ଜବର ଦଖଲ ଉଚ୍ଛେଦ ହୋଇଛି।ଯୋରିନ୍ଦା ଗାଦି ରେ ଥିବା ଦୁଇ ବାବା ଗୋଷ୍ଠୀ ବକଳ ସମାଜ ଓ କୌପୀନ ସମାଜ ମଧ୍ୟରେ ତୃତୀୟ ବେଢ଼ା ରେ ଥିବା ମାହାଳ ମୂଳ ଜାଗା କୁ ଦୀର୍ଘ ଦିନ ହେବ ବିବାଦ ଲାଗିରହିଥିଲା।1942 ମସିହାରେ ବକଳ ସମାଜ ପକ୍ଷରୁ ଏ ସଂକ୍ରାନ୍ତ ରେ କୌପୀନ ସମାଜ ବିରୁଦ୍ଧରେ ମାମଲା ଦାୟର ହୋଇଥିଲା।ପରବର୍ତ୍ତୀ ସମୟରେ କୋର୍ଟ ବକଳ ସମାଜ ସପକ୍ଷରେ ରାୟ ଶୁଣାଇ ଥିଲେ, ଏନେଇ କୌପୀନ ସମାଜ ପକ୍ଷରୁ ଷ୍ଟେ ମଧ୍ୟ କରାଯାଇଥିଲା।

ମାମଲା ହାଇକୋର୍ଟ ଯାଇଥିଲା। ହାଇକୋର୍ଟ ସ୍ତେ ଅର୍ଡର ଉଠାଇବା ସହ ଜିଲ୍ଲା କୋର୍ଟ ଙ୍କ ରାୟ କାୟମ ରଖିଥିଲେ।ଆଜି ମାଜଷ୍ଟ୍ରେଟ,ବରିଷ୍ଠ ପୋଲିସ ଅଧିକାରୀ, ଅମିନ କମିଶନ ଙ୍କ ଉପସ୍ଥିତି ସଂପୃକ୍ତ ବିବାଦୀୟ ଜାଗାରୁ ଉଚ୍ଛେଦ ପ୍ରକ୍ରିୟା ହୋଇଛି। ପୁରା ସ୍ଥାନରେ 144 ଧାରା ଲଗାଯିବ ସହ ଶାନ୍ତି ଶୃଙ୍ଖଳା ଦୃଷ୍ଟି କୁ ଆଖିଆଗରେ ରଖି 4 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ଢ଼େଙ୍କାନାଳ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମହିମା ଶୂନ୍ୟ ମନ୍ଦିରର ସାରା ବିଶ୍ୱରେ ଖ୍ୟାତି ରହିଛି।ଦୁଇ ବକଳ ଧାରୀ ସମାଜ ଓ କୌପୀନ ଧାରୀ ସମାଜ ର ସାଧୁ ମାନେ ଏଠାରେ ଅଲେଖ ମହିମା ଙ୍କୁ ପୂଜା ଅର୍ଚ୍ଚନା କରିଆସୁଛନ୍ତି। ଶୁନ୍ୟ ମନ୍ଦିରରେ ମୋଟ ତିନୋଟି ବେଢ଼ା ରହିଛି। ତୃତୀୟ ବେଢ଼ାରେ ବାବା କୃପା ସିନ୍ଧୁ ଙ୍କ ଦ୍ଵାରା ବତୀ ଘର,ଧୂନି ଘର ଓ ଟୁଙ୍ଗି ଘର ପ୍ରତିଷ୍ଠା କରାଯାଇଥିଲା।

ସେବେଠାରୁ କୋପିନ ଧାରୀ ସମାଜ ବାବା ମାନଂକ ଦ୍ଵାରା ଏଠାରେ ପୂଜା ଅର୍ଚ୍ଚନା କରାଯାଇଆସୁଥିଲା। ଉଚ୍ଛେଦ ସମୟରେ ଆଜି କୌପୀନ ଧାରୀ ସମାଜ ବାବାଙ୍କ ମଧ୍ୟରେ ଏକ ଭାବ ବିହ୍ୱାଳ ପରିସ୍ଥିତି ଦେଖିବାକୁ ମିଳିଛି।ଦୀର୍ଘ ଦିନ ହେବ ବାବା ମାନେ ରହୁଥିବା ଟୁଙ୍ଗି ଘର ଛାଡ଼ିବା ସମୟରେ ଲୋତକ ରେ ଲୁହ ଜକେଇ ଆସିଥିଲା।ବାବା ମାନେ ନିଜ ଆସବାବ ପତ୍ର ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।କହୁ କହୁ ନିଜ କୋହ କୁ ରଖି ନପାରି କାନ୍ଦି ପକାଇଥିଲେ କୌପୀନ ସମାଜ ର ମୁଖ୍ୟ ବାବା ରଘୁ ଦାସ।

ପୂର୍ବରୁ ଯେବେ ଅର୍ଡର ହୋଇଥିଲା ଯେ ଆମକୁ ପ୍ରଥମେ ବତୀ ଘର , ଧୂନି ଘର ଆଦିର ବ୍ୟବସ୍ଥା କରାଯିବା ପରେ ଉଚ୍ଛେଦ କରାଯିବ ବୋଲି ବାବା କହିଥିଲେ, ମାତ୍ର ସେ ସବୁ ନକରାଯାଇ ଆଜି ଉଚ୍ଛେଦ କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରଘୁ ବାବା।ଆମେ ଟଙ୍କା ପଇସା ରେ ଦୁର୍ବଳ ସେମାନେ ଟଙ୍କା ବଳ ରେ ସବୁ କରୁଛନ୍ତି, ଇଶ୍ଵର ତେଣିକି ଯାହା କରିବେ କହି ଇଶ୍ଵର ଙ୍କ ଉପରେ ଉପରେ ଛାଡି ଦେଇଥିଲେ ବାବା ରଘୁ ଦାସ।

Leave a Reply

Your email address will not be published. Required fields are marked *