Spread the love

ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ଛଟ୍ ପୂଜା କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଷଷ୍ଠୀ ତିଥୀ ଅର୍ଥାତ୍ କାଳୀପୂଜାର ଛଅଦିନ ପରେ ପୂଜାର୍ଚ୍ଚନା କରାଯାଇଥାଏ ାଏଥିରେ ସୂର୍ଯ୍ୟ ଉପାସନା ବୈଶିଷ୍ଠ ଅଟେ ାଏହା ହିନ୍ଦୁ ମାନଙ୍କର ଲୋକ ପର୍ବ ଯାହାକି ଓଡିଶା,ଝାଡଖଣ୍ଡ,ପଶ୍ଚିମ ବଂଗାଳ,ବିହାର,ଉତ୍ତର ପ୍ରଦେଶ,ମୈଥିଳୀ,ମଗଧ, ଭୋଜପୁରୀ ଏବଂ ନେପାଳ ଆଦି ଦେଶରେ ବୈଦିକ ଯୁଗରୁ ଚାଲିଆସିଛି ାଏହି ପୂଜା ସ୍ତ୍ରୀ,ପୁରୁଷ,ଯୁବକ,ବୁଢା ସମସ୍ତେ କରିଥାନ୍ତି ାଏହା ସେମାନେ ପରିବାର ର ସୁଖଶାନ୍ତି ପାଇଁ କରିଥାନ୍ତି ାପୁରାଣ ଅନୁଯାୟୀ ମାତା ସୀତା ମୁଗରୀ ଠାରେ ଛଟ୍ ପୂଜା କରିଥିଲେ ାପୁଣି ଦେବତା ଓ ଅସୁର ଯୁଦ୍ଧରେ ଦେବତାମାନେ ହାରିଯାଇଥିଲେ ,ସେତେବେଳେ ମାତା ଅଦିତି ତେଜସ୍ବିନୀ ପୁତ୍ର ପାଇଁ ସୂର୍ଯ୍ୟ ମନ୍ଦିରରେ ଛଟ୍ ମା ଙ୍କୁ ଆରଧନା କରିଥିଲେ ା ସେ ପ୍ରସନ୍ନ ହୋଇ ତାଙ୍କୁ ସର୍ବଗୁଣ ସମ୍ପନ୍ନା ପୁତ୍ର ବରଦାନ କରିଥିଲେ ାତାପରେ ଅଦିତିର ପୁତ୍ର ଆଦିତ୍ୟ ଜନ୍ମଲାଭକରି ଅସୁରମାନଙ୍କଠାରୁ ଦେବତାମାନଙ୍କୁ ରକ୍ଷାକରିଥିଲେ ାସମସ୍ତଙ୍କର ବିଶ୍ବାସ ମା ଛଟ୍ ଙ୍କୁ ପୂଜା କଲେ ପରିବାରରେ ଦୁଃଖ ଅପସରିଯାଇଥାଏ ାଉକ୍ତ ପୂଜାରେ ପବିତ୍ରସ୍ନାନ,ଉପବାସ,ଲମ୍ବା ସମୟ ପାଣିରେ ରହିବା, ପ୍ରସାଦ ଅବା ଅର୍ଘ୍ୟ ସୂର୍ଯ୍ୟ ଙ୍କୁ ଦେବା ପ୍ରମୁଖ ଅଟେ ାଏହା ଲୋକେ ଗଙ୍ଗା ନଦୀକୂଳ ଅବା ବିଭିନ୍ନ ନଦୀ କୂଳରେ କରିଥାନ୍ତି ାଏହି ସଂପ୍ରଦୟର ଲୋକେ ଦିନସାରା ଅନ୍ନଜଳ ତ୍ୟାଗ କରି ଆଠଟା ବେଳେ ଖିରି ବନାଇ ପୂଜା କରିସାରିବାପରେ ପ୍ରସାଦ ଗ୍ରହଣ କରନ୍ତି ାଏହା ଆଜି ଠାରୁ ଆରମ୍ଭ ହୋଇ ତିନିଦିନ ପର୍ଯ୍ୟନ୍ତ ଚାଲେ ାଶେଷ ଦିନରେ ସ୍ତ୍ରୀପୁରୁଷ ପବିତ୍ର ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତି ା ଏହି ଧାର୍ମିକ ପୂଜା ସମଗ୍ର ଭାରତରେ ବେଶ୍ ଉତ୍ସାହ ସହ କରିଥାନ୍ତି ାରାଇରଂଗପୁର ଖଡଖାଇ ନଦୀଘାଟରେ ଲୋକମାନଙ୍କର ପ୍ରବଳ ଭିଡ ଦେଖାଯାଇଥିଲା ାଉକ୍ତ ପୂଜା କମିଟୀ ସଭାପତି ବିଜୟ କୁମାର ରାମ,ଉପସଭାପତି ଅଭିଦେଶ ମିଶ୍ରା,ସମ୍ପାଦକ ରାଜେଶ ପ୍ରଜାପତି, ବିନୋଦ ଦାସ ଉପସମ୍ପାଦକ କିଶୋର ରଜକ ତଥା କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ ସିଂ,ଲାଲବାବୁ ସାଓ ,ମନୋଜ ରଜକ,ରବିନ୍ଦ୍ର ସାଓ,ମୟୂର ଗୁପ୍ତା,ସଂଦେଶ ରାମ, ରଂଜନ ରାମ ବିକି ଶ୍ରମା ଓ ଛୁଟୁ ଯାଦବ ପ୍ରମୁଖ ସାହାର୍ଯ୍ୟ ଏବଂ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *