ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବୁଢ଼ୀ ମାଉସୀ ବିକୁଥିଲେ ଧଳା ଜହର ,ମାଡ଼ି ବସିଲା ଅବକାରୀ ବିଭାଗ। ସମ୍ବଲପୁର ନର୍ଦନ ଡିଭିଜନ ଅବକାରୀ ଗୁଇନ୍ଦା ବିଭାଗ ଓ କାମାକ୍ଷାନଗର ଅବକାରୀ ବିଭାଗର ମିଳିତ ଚଢାଉ,କାମାକ୍ଷାନଗର ନୂଆ ଆଳୁତୁମା ଗ୍ରାମର ୫୫ ବର୍ଷୀୟା ଚନ୍ଦ୍ରାବତୀ ବେହେରାଙ୍କ ଠାରୁ ୩୫ ଗ୍ରାମ ବ୍ରାଉନସୁଗାର ଜବତ।ଜବତ ବ୍ରାଉନସୁଗାର ମୂଲ୍ୟ ୩ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।ବୁଢ଼ୀ ମାଉସୀ ଆଜି ଅଣ୍ଟା ରେ ପୁଡିଆ କରି ବ୍ରାଉନ ସୁଗାର ବିକୁଥିବା ର ଖବର ପାଇ ଉଭୟ ନର୍ଦନ ଡିଭିଜନ ସମ୍ବଲପୁର ଓ କାମାକ୍ଷାନଗର୍ ଅବକାରୀ ବିଭାଗ ମାଡ଼ି ବସିଥିଲେ।ତେବେ ଅନ୍ୟ କିଛି ସହଯୋଗି ଖସି ଯାଇଥିବା ଜଣାପଡିଛି।