Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜି ଅନୁଗୋଳ ବ୍ଲକ ତଳଗଡ ଗ୍ରାମପଞ୍ଚାୟତ ଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ତଳଗଡ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅରବିନ୍ଦ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଠାରେ ୫୮୩ ରୋଗୀଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରି ଥଣ୍ଡା ଜ୍ବର, ଡାଇବେଟିସ, ଉଚ୍ଚ ରକ୍ତଚାପ ଆଦି ରୋଗ ପାଇଁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ସହଧର୍ମିଣୀ ତଥା ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ଶ୍ରୀମତୀ ମୃଦୁଳା ଠାକୁର ପ୍ରଧାନଙ୍କ ଏକ ସୁସ୍ଥ ଓ ସୁନ୍ଦର ଅନୁଗୋଳ ଜିଲ୍ଲା ଗଢିବାରେ ଓ ଗାଁ ଗହଳିର ସାଧାରଣ ଗରିବ ଲୋକଟି ଯେପରି ସୁବିଧାରେ ସ୍ଵାସ୍ଥ୍ୟସେବା ପାଇଁ ପାରିବେ ସେହି ସ୍ଵପ୍ନ କୁ ସାକାର କରିବା ଲକ୍ଷ୍ୟରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଅହରହ ଉଦ୍ୟମ ରଥ। ଏହି ଉଦ୍ୟମ କୁ ସ୍ଥାନୀୟ ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ସହିତ ସମାଜସେବୀ ହରେକୃଷ୍ଣ ପ୍ରଧାନ ଓ ଅଶୋକ ସିଂ ଓ ସ୍ଥାନୀୟ ସ୍ଵେଚ୍ଛାସେବୀ ମାନେ ଯୋଗଦେଇ ଶିବିର ରେ ସହାୟତା କରିଥିଲେ। ବିକାଶ ଫାଉଣ୍ଡେସନର କୋର୍ଡିନେଟର ପ୍ରଦୀପ ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *