Spread the love

ନୂଆଦିଲ୍ଲୀ – କେନ୍ଦ୍ର ସରକାର ଦେଶର ୨ଟି ରାଜ୍ୟ –କେରଳ ଓ ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ ଲଗେଇବା ପାଇଁ ବିଚାର କରିବାକୁ କହିଛି । ଦେଶରେ ଗତ ୨ ଦିନରେ କରୋନାର ୪୦ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସୁଛି । ଏଥିରୁ ଅଧିକାଂଶ ମାମଲା କେରଳ ଓ ମହାରାଷ୍ଟ୍ରରୁ ହିଁ ଅଛି । କେରଳ ଓ ମହାରାଷ୍ଟ୍ରରେ କରୋନାର ମାମଲା ବୃଦ୍ଧିକୁ ଦେଖି ସରକାରଙ୍କ ପକ୍ଷରୁ ନାଇଟ୍‌ କର୍ଫ୍ୟୁ ଉପରେ ବିଚାର କରିବାକୁ କୁହାଯାଇଛି ।

ଦେଶରେ ଏହି ମାସର ମଧ୍ୟରେ କରୋନା ମାମଲାରେ ୫ମାସରେ ସବୁଠୁ ନିମ୍ନ ସ୍ତର ୨୫,୨୫୬ ଯାଏ ଯାଇଥିଲା । କିନ୍ତୁ ଗତ ୩ ଦିନରେ ଏହାର ସଂକ୍ରମଣ ଗତି ପୁଣି ବୃଦ୍ଧି ପାଇଛି । ଦେଶରେ ଅଧିକାଂଶ ମାମଲା କେରଳରୁ ଆସିଛି , ଯେଉଁଠି  ଗତ ଦିରେ ଏକ ବଡ଼ ଉତ୍ସବ ପାଳିତ ହୋଇଥିଲା ।  

ଗତ ଏକ ସପ୍ତାହରେ ସାରା ଦେଶରେ ସାମନାକୁ ଆସିଥିବା ପାଖାପାଖି ୬୦ ପ୍ରତିଶତ ନୂଆ ମାମଲା ଭାରତର ଦକ୍ଷିଣ ଭାଗରେ ଥିବା କେରଳରେ ହିଁ ଚିହ୍ନଟ ହୋଇଛି ଏବଂ ମୋଟ ସକ୍ରିୟ ମାମଲା ଗୁଡ଼ିକରେ ଅଧାରୁ ଅଧିକ ଏଠାରୁ ହିଁ ଆସିଛି । ଏହାପରେ ପଶ୍ଚିମୀ ରାଜ୍ୟ ମହାରାଷ୍ଟ୍ରର ନମ୍ୱର ଆସୁଛି । ଯେଉଁଠି ସାରା ଦେଶର ୧୬ ପ୍ରତିଶତ ନୂଆ ମାମଲା ସାମନାକୁ ଆସିଛି । କେରଳ ଓ ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନାର ନୂଆ ମାମଲାକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ।  ଏହାକୁ ନେଇ ଗୃହ ମନ୍ତ୍ରାଳୟ ଏକ ବିବୃତିରେ କହିଛନ୍ତି କି ସଂକ୍ରମଣରେ ବୃଦ୍ଧିକୁ ରୋକିବା ପାଇଁ ଏହି ରାଜ୍ୟ ଗୁଡ଼ିକ ପକ୍ଷରୁ ଆହୁରି ଚେଷ୍ଟା କରିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *