Spread the love

ତାଳଚେର: ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ପାଳିତ ହେବ। ଏ ପରିପେକ୍ଷୀରେ ବିଜେପି ପକ୍ଷରୁ ସେପ୍ଟେମ୍ବର 17ରୁ ଅକ୍ଟୋବର 2ତାରିଖ ପର୍ଯ୍ୟନ୍ତ 15ଦିନ ବ୍ୟାପି ସେବାପକ୍ଷ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ସେବାପକ୍ଷ ରେ ରକ୍ତଦାନ ଶିବିର, ବୃକ୍ଷରୋପଣ, କୁତ୍ରିମ ଅଙ୍ଗପ୍ରଦାନ,ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଚିକିତ୍ସା ଶିବିର,ଭୋକାଲ ଫର ଲୋକାଲ, ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ସଫେଇ, ବୁଦ୍ଧିଜୀବୀ ସମ୍ମିଳନୀ ଆଦି ବିଭିନ୍ନ ସେବମୂଳକ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା 18ତାରିଖ ରେ ଦେଉଳବେଡା ଶିଶୁ ମନ୍ଦିର ଠାରେ ରକ୍ତଦାନ ଶିବିର ଆୟୋଜିତ ହେବ। ତାଳଚେର ଡେରା ଠାରେ ଗୁରୁବାର ଦିନ ବିଜେପି ତାଳଚେର ନିର୍ବାଚନ ମଣ୍ଡଳୀ ର ଏକ ଗୁରୁତ୍ୱପୂର୍ଣ ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ,ତାଳଚେର ବିଧାନସଭା ପ୍ରଭାରୀ ସୁଦିପ ଗଡ଼ନାୟକ, ସଂଯୋଜକ ରତ୍ନାକର ସାହୁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ପୁଲିନ ବିହାରୀ ନାୟକ, ସଚ୍ଚିଦାନନ୍ଦ ପ୍ରଧାନ, ଲୋକନାଥ ସାହୁ, ରାଜେନ୍ଦ୍ର ସିଂହ, ନରେନ୍ଦ୍ର ସାହୁ, ନରେଶ ବେହେରା, ଅଜୟ ଗୋଛାୟତ, ଗୋପାଳ ସାହୁ, ବରୁଣ ସାହୁ, ବିଭୁତି ସାହୁ,କାଳନ୍ଦୀ ପ୍ରଧାନ, ପ୍ରଶାନ୍ତ ନନ୍ଦ, ସୁନୀଲ ବିଶ୍ୱାଳ, ନିରୋଜ ଦାସ, ଜ୍ଞାନେନ୍ଦ୍ରୀୟ ସେଠି ଙ୍କ ସମେତ ସମସ୍ତ ମଣ୍ଡଳ ପ୍ରଭାରୀ ଓ ସଭାପତି ମାନେ ଯୋଗ ଦେଇଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *