Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଶେଷ ହେଲା ତାଳଚେର ର ଗଣପର୍ବ ଭାବେ ପରିଚିତ ଅଗ୍ରପୂଜ୍ୟ ଗଜାନାନ ଙ୍କ ପୂଜା । ଦୀର୍ଘ ଦଶଦିନ ଧରି ସହର ପ୍ରାୟ ୭୦ ଟି ପୂଜା ମଣ୍ଡପ ରେ ପୂଜା ପାଇବା ପରେ ମେଲାଣି ନେଇଛନ୍ତି ପ୍ରଭୁ ଗଜାନାନ । ଆଉ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା କୋଇଲା ନଗରୀ ତାଳଚେର । ଖାଲି ସେତିକି ନୁହେଁ ଏଥିପାଇଁ ପୂଜା କମିଟି ର ସଦସ୍ୟ ଓ ସ୍ଥାନୀୟ ଲୋକ ଙ୍କ ଭିତରେ ଦେଖାଦେଇଥିଲା ବେଶ ଉତ୍ସହିତ । ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରାୟ ୨୬ ଟି ପୂଜା ମଣ୍ଡପ ର ସଦସ୍ୟ ମାନେ ଗଣପତି ଙ୍କୁ ସୁସଜ୍ଜିତ ଗାଡି ରେ ନେଇ ବଡ଼ଦାଣ୍ଡ ଠାରେ ପହଞ୍ଚି ଥିଲେ ମେଳଣ କାର୍ଯ୍ୟକ୍ରମ । ଏହାସହ ଭେଳିକି ଭେଳି ବାଦ୍ୟ , ପାରମ୍ପରିକ ନୃତ୍ୟ , ଘୋଡ଼ା ନାଚ ,ଛଉ ନୃତ୍ୟ , ପାଇକ ନୃତ୍ୟ , ସମର କଳା , ଠାରୁ ଆରମ୍ବ କରି ବିଭିନ୍ନ ପ୍ରସିଦ୍ଧ ଚଳଚିତ୍ର ର କଳାକାର ଯଥାକ୍ରମେ ପିକେ , ବାହୁବଳୀ ର କଟପା ଆଦି ବେଶ ରେ କଳାକାର ନିଖୁଣ ନୃତ୍ୟ ସହ କଳା ପ୍ରଦର୍ଶନ କରିଥିଲେ । ପରେ ପରେ ପର୍ଯ୍ୟୟ କ୍ରମେ ମେଢ଼ ଗୁଡ଼ିକୁ ପର୍ୟ୍ଯୟ କ୍ରମେ ନିକଟସ୍ଥ ପୁଷ୍କରିଣୀ କୁ ଭଷାଣ ନିମନ୍ତେ କମିଟି ର ସଦସ୍ୟ ମାନେ ନାଚ ଗୀତ କରି ଉତ୍ସହ ର ସହ ନେଇଥିଲେ । ପ୍ରତିକୂଳ ପାଗ ସତ୍ୱେ ଉଭୟ ଦର୍ଶକ ଓ ସ୍ଥାନୀୟ ଲୋକେ ମେଲଣ କୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ମେଲଣ ପୂର୍ବରୁ ସେଣ୍ଟ୍ରାୟ ପୂଜା କମିଟି ପକ୍ଷରୁ ଆଜ୍ଞାମାଳ ଓ ଆଜ୍ଞାଲଡୁ ନିଲାମ ହୋଇଥିଲା । ଦୀର୍ଘ ସମୟ ର ନିଲାମ ପ୍ରକ୍ରିୟା ରେ ପ୍ରାୟ ଦୁଇ ଟନ ବିଶିଷ୍ଟ ଆଜ୍ଞାମାଳ ଓ ଲଡୁ କୁ ନିଲାମଧାରୀ ପ୍ରାୟ ଆଠ ଲକ୍ଷ ତିରିଶ ହଜାର ଟଙ୍କା ରେ ଜଣେ ବ୍ୟକ୍ତି ନିଲାମ ନେଇଥିଲେ । ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିଧାନସଭାର ଉପବାଚସ୍ପତି ରଜନୀ କାନ୍ତ ସିଂ,ଅତିଥି ମାନଙ୍କ ଭିତରେ ବିଧାୟକ ବ୍ରଜ କିଶୋର ପ୍ରଧାନ, ଓ ସାଂସଦ ମହେଶ ସାହୁ ପ୍ରମୁଖ ଅନ୍ୟ ଅତିଥି ଙ୍କ ଉପସ୍ଥିତି ରେ ବିଜୟୀ ନିଲାମଧାରୀ ଙ୍କୁ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *