Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଠ ମାସ ହେଲା ମିଳିଲା ନାହିଁ ବକେୟା ଅର୍ଥ ରାଶି । ପ୍ରତିବାଦ ରେ ଜିଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଆଶାକର୍ମୀ । ଅନୁଗୁଳ ଜିଲ୍ଲାର ପାଳଲହାଡ଼ା ଅଞ୍ଚଳରେ କାର୍ଯ୍ୟରତ ଦୀର୍ଘ ଆଠ ମାସ ହେବ ବକେୟା ପ୍ରାପ୍ୟ ପାଇଁ ଦହଗଞ୍ଜ ହେଉଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଏ ନେଇ ସେମାନେ ଦୃଷ୍ଟି ଆକର୍ଷଣ କରିଥିଲେ ସୁଧା କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ସେମାନେ ଅନୁଗୁଳ ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରାୟ ୧୨୫ ଜଣ ଆଶାକର୍ମୀ ଏହି ବିକ୍ଷୋଭ ରେ ସାମିଲ ହେବା ସହ ସେମାନଙ୍କ ବକେୟା ଦରମା ପ୍ରଦାନ ସଂକ୍ରାନ୍ତିୟ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ସାତ ଦିନ ଭିତରେ ସେମାନଙ୍କ ବାକେୟା ଅର୍ଥ ପ୍ରଦାନ ନ କରାଗଲେ ବାଧ୍ୟ ହୋଇ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *