ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅଲେଖ ମହିମା ଧର୍ମର ଅନ୍ୟତମ ପ୍ରମୁଖ ଧାମ ଅନୁଗୁଳ ଜିଲ୍ଲା ଅଙ୍ଗରାବନ୍ଧ ଗ୍ରାମରେ ଥିବା ଧାମ ର ଉନ୍ନତିକରଣ ନିମନ୍ତେ ଭୂମିପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଧାମ ର ଉନ୍ନତିକରଣ ନିମନ୍ତେ ପ୍ରାୟ ୫୦ ଲକ୍ଷ ଟଙ୍କା ର ଅର୍ଥ ରାଶି ଯୋଗାଇ ଦିଆଯାଇଥିବା ବେଳେ ଏହାର ଟେଣ୍ଡର ପ୍ରକ୍ରିୟା ଇତି ମଧ୍ୟରେ ଶେଷ ହୋଇ ସାରିଛି ।
ଏହି କ୍ରମରେ ଓଡିଶା ବିଧାନସଭା ର ଉପବାଚସ୍ପତି ରଜନୀ କାନ୍ତ ସିଂ ଅଙ୍ଗରାବନ୍ଧ ଧାମ ରେ ପହଞ୍ଚି ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ଭୂମି ପୂଜନ କରିଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଧାମ ର ପରିଚାଳକ ବାବା ମୁରଲୀଧର ଦାସ ଅଖଣ୍ଡଦୀପ ପ୍ରଜ୍ଵଳନ ସହ ଜଗତକଲ୍ୟାଣ ପାଇଁ ଡାକ ପ୍ରଦାନ କରିବା ପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିଧାନସଭା ର ଉପବାଚସ୍ପତି ଫଳକ ଉନ୍ମୋଚନ କରିଥିଲେ । ପରେ ପରେ ସଭାଗୃହ ପରିସରରେ ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।