Spread the love

ଢେଙ୍କାନାଳ(ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁଣି ଘଟିଛି ଏକ ଅଭାବନୀୟ ଘଟଣା। ୪ମହଲାରୁ ଡେଇଁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ପରଜଙ୍ଗ ଥାନା ଲୋଧଣୀ ଗ୍ରାମର ଦୁଃର୍ଯ୍ୟୋଧନ ନାଏକ ବୋଲି ଜଣାପଡିଛି। ଗତକାଲି ରାତି ୧୦ଟା ସମୟରେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଚିକିତ୍ସାରେ ଅଭାବ ଯୋଗୁଁ ଭୋର ପ୍ରାୟ ଚାରିଟା ସମୟରେ ଡେଇଁ ଆତ୍ମହତ୍ୟା କରିଛି। ଗତ ୧୪ ତାରିଖ ଦିନ ମୁଖ୍ୟ ଚିକିତ୍ସାଳୟରେ ୫ ମହଲାରୁ ଡେଇଁ ସେହି ପର୍ଜଙ୍ଗ ଅଞ୍ଚଳରୁ ଜଣେ ରୋଗୀ ଆତ୍ମହତ୍ୟା ଉଦ୍ୟମ କରି କଟକରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆଜି ପୁଣି ସେହି ଘଟଣା ଘଟିଛି। ଡାକ୍ତରଙ୍କ ଚିକିତ୍ସାରେ ଅଵହେଲା ଯୋଗୁଁ ଏପରି ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *