Spread the love

ତାଳଚେର(ସୁବ୍ରତ ପଟ୍ଟନାୟକ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଆନୁକୁଲ୍ୟରେ ତାଳଚେର ହାଟତୋଟା ଠାରେ ଆୟୋଜିତ ଷ୍ଟ୍ରିଟ ଭେଣ୍ଡର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚାରି ଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା ବେଳେ ଆଜି ଉଦଯାପିତ ହୋଇଛି । ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାରତ ସରକାର ଙ୍କ ର କ୍ଷୁଦ୍ର ଶିଳ୍ପ ନିଗମ ର ସ୍ୱାଧୀନ ଡାଇରେକ୍ଟର କାଳନ୍ଦି ସାମଲ ଯୋଗ ଦେଇ କେନ୍ଦ୍ର ମୋଦୀ ସରକାର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ କାର୍ଯ୍ୟରତ, କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀ ମାନଙ୍କର ଆୟ ବହୁଗୁଣିତ କିପରି ହୋଇ ପାରିବ ସେଥିପାଇଁ କେନ୍ଦ୍ର ସରକାର ଙ୍କର ଦକ୍ଷତା ବିକାଶ ମନ୍ତ୍ରାଳୟ ତରଫରୁ ଉଠା ଦୋକାନୀ ଙ୍କୁ ଟ୍ରେନିଙ୍ଗ ଦେଇ ବ୍ୟାଙ୍କ ରୁ ବିନା ଗ୍ୟାରେଣ୍ଟି ରେ ଋଣ କରି ସଶକ୍ତ କରିବା ଉପରେ ଗୁରୁତ୍ୱରୋପ କରୁଥିବା ପ୍ରକାଶ କରିଥିଲେ । ଗରିବ ମାନଙ୍କ ର ବିକାଶ ପାଇଁ ଏଭଳି ଗରିବ କଲ୍ୟାଣ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କର୍ମଶାଳା ରେ ଏନଏସଡିସି, ସ୍କିଲ ଡେଭଲପମେଣ୍ଟ ବିଭାଗ ର ଅଧିକାରୀ ଓ ଟ୍ରେନର ଶାନ୍ତନୁ ଷଡ଼ଙ୍ଗୀ,ସ୍ୱରୂପ ମହାନ୍ତି, ମନୋଜ କୁମାର ବେହେରା, କାଁହୁ ଚରଣ ଓଝା, ବାସୁଦେବ ପ୍ରଧାନ, ନିର ରଞ୍ଜନ, ସିପୁନ ପ୍ରଧାନ ପ୍ରମୁଖ ଯୋଗ ଦେଇ କର୍ମଶାଳା କୁ ପରିଚାଳନା କରିଥିଲେ । ତାଳଚେର ଅଂଚଳ ରୁ ସର୍ବ ମୋଟ ୨୦୮ ଜଣ ଉଠା ଦୋକାନୀ ଙ୍କ ନାମ ପଞ୍ଜିକରଣ କରି ଟ୍ରେନିଙ୍ଗ ରେ ଭାଗ ନେଇଥିଲେ, ସମସ୍ତ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ସାମଲ ଉପସ୍ଥିତ ଥିବା ସମସ୍ତ ଉଠା ଦୋକାନୀ ଙ୍କୁ ଜାତୀୟ ପତାକା ବଣ୍ଟନ କରିଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *