ତାଳଚେର (ସୁବ୍ରତ ପଟ୍ଟନାୟକ): ଭାରତ ସ୍ୱାଧୀନତାର 75ବର୍ଷରେ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ପାଳନ ଅବସରରେ ଆସନ୍ତା ଅଗଷ୍ଟ 13ରୁ 15ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ପତାକା ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି । ଏ ପରିପେକ୍ଷୀରେ ଆଜି ତାଳଚେର ପୌର ମଣ୍ଡଳ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ମଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତାଳଚେର ମାଟିର ବରପୁତ୍ର ପବିତ୍ର ମୋହନ ପ୍ରଧାନଙ୍କ ବାଇପାସସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେଠାରୁ ଶତାଧିକ ବିଜେପି କାର୍ଯ୍ୟକର୍ତା ମାନେ ହାତରେ ତ୍ରିରଙ୍ଗା ପତାକା ଧରି ମଟର ସାଇକେଲ ରେ ସହର ପରିକ୍ରମା କରି ହାଣ୍ଡିଧୁଆ ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ମାଗୁଣି ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ଠାରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଶୋଭାଯାତ୍ରା ରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗ ଦେଇ ଦେଶ ସ୍ୱାଧୀନତା ରେ ତାଳଚେର ର ଭୂମିକା ଅତୁଳନୀୟ, ଏହି ଅଂଚଳ ର ସ୍ୱାଧୀନତା ସଂଗ୍ରାମୀ ପବିତ୍ର ବାବୁ ଗଡ଼ଯାତ ଆନ୍ଦୋଳନ ରେ ସ୍ରଷ୍ଟା, ଏହିପରି ଅନେକ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ତପସ୍ୟା ବଳିଦାନ ପାଇଁ ଆଜି ତାଳଚେର ର ନାମ ସ୍ଵର୍ଣ ଅକ୍ଷରରେ ଲିପିବଦ୍ଧ ହୋଇଛି, ସେହି ମହାପୁରୁଷ ମାନଙ୍କ ପ୍ରେରଣା ଆମ ସମସ୍ତ ଙ୍କ ପାଇଁ ଆଜି ଆଦର୍ଶ ବୋଲି ପ୍ରକାଶ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ପ୍ରାକ୍ତନ ନଗରପାଳ ଜ୍ୟୋସ୍ନା ଦଲେଇ,ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ମଣ୍ଡଳ ପ୍ରଭାରୀ ପୁଲିନ ବିହାରୀ ନାୟକ, ସଂକଳ୍ପ ସାହୁ,ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସ ଓ ଜ୍ଞାନେନ୍ଦ୍ରୀୟ ସେଠି, ଦୟା ସାଗର ମିଶ୍ର, କାଳନ୍ଦି ପ୍ରଧାନ, ବାଲ୍ମୀକି ପ୍ରସାଦ କେଶରୀ,ରେଳ ମଣ୍ଡଳ ସଭାପତି ବରୁଣ ସାହୁ,ମିଲ୍ଲୀ ପ୍ରଧାନ, ମୃଣାଳିନୀ ପଟ୍ଟନାୟକ, ସଂଯୁକ୍ତା ମହାରଣା, ସୁଫଳା ପୃଷ୍ଟି, ଦିପ୍ତୀପ୍ରଭା ମହାରଣା,କାଉନସିଲର ସ୍ୱାଧୀନ ଥମ୍ବ,ସତ୍ୟବନ୍ତ ସାହୁ,କ୍ଷେତ୍ରବାସୀ ନାଏକ, ପୂର୍ଣଚନ୍ଦ୍ର ବେହେରା,ପ୍ରାକ୍ତନ ସରପଞ୍ଚ ରଙ୍ଗାଧର ନାହାକ,ଶଙ୍କର ବେହେରା,ସୁକାନ୍ତ ରାୟ, ଅରବିନ୍ଦ ମିଶ୍ର, ପ୍ରମୋଦ ପାଲ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |