Spread the love

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସାନ କେରଜାଙ୍ଗ ପଞ୍ଚାୟତର ଡାବରଧୁଆଁ, ବେହେରା ଭୂଇଁ, ଗୁଳାବନ୍ଧ ଗ୍ରାମ ର ବାସୀ ଆଜି ଜିଲ୍ଲାପାଳଙ୍ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା। ଅଭିଯୋଗ କାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟି ଦୀର୍ଘ ବର୍ଷ ଧରି ପ୍ରଜାଙ୍କର ୬୭ ଏକର ଜମି ଉପରେ ଜେଏସପିଏଲ କମ୍ପାନୀ ପକ୍ଷରୁ ଆବର୍ଜନା ପାଣି ଅନାଶୟ ରେ ଛଡା ଯାଉଛି । ଏହାଛଡା ଏକ ପୁରାତନ ରାସ୍ତା ଥିଲା ତାହାକୁ କମ୍ପାନୀ ପକ୍ଷରୁ ପାଚେରୀ ତିଆରି କରି ଅବରୋଧ କରାଯାଇଛି । ଏ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ କୁ ଅଭିଯୋଗ କରିବା ପରେ ବି ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବା ରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସ୍ଥାୟୀ ସମାଧାନ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *