Spread the love

ଅନୁଗୋଳ( ସୁବ୍ରତ ପଟ୍ଟନାୟକ ): ଆଜି ସକାଳ 6 ଘଟିକା ସମୟରୁ 10 ଟା ପର୍ଯ୍ୟନ୍ତ ଉଭୟ ସିପିପି ଓ ସ୍ମେଲଟର ର କରଖାନ ସମ୍ମୁଖରେ ଆଜି ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି./ଆଇ.ଟି.ଆଇ. କ୍ଷତିଗ୍ରସ୍ତ ପ୍ରଜା ଓ ସ୍ଥାନୀୟ ବେକାରୀ ଯୁବକ ଯୁବତୀ ଆନ୍ଦୋଳନ କରିଥିଲେ । ଯାହାକୁ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଓ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ମୀନକେତନ ଅମାନ୍ତ ପ୍ରତ୍ୟକ୍ଷ ଭାବରେ ସମର୍ଥନ କରି ଏହି ଆନ୍ଦୋଳନ ରେ ଉପସ୍ଥିତ ରହିଥିଲେ । ସାଂସଦ ନିଜେ ଏହି ଆନ୍ଦୋଳନ କୁ କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନ ର ଭୂମିପୂଜା ବୋଲି କହିବା ସହିତ ଆଗାମୀ ଦିନରେ ଏହା ବ୍ୟାପକ ଓ ତୀବ୍ର ହେବା ସହିତ ନାଲକୋ ରେ ସମ୍ପୂର୍ଣ୍ଣ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଆନ୍ଦୋଳନକାରୀ ଙ୍କ ମୂଖ୍ୟ ଦାବି ଗୁଡିକ ହେଲା :-
ଦଶ ବର୍ଷ ଧରି ସେମାନେ ଅର୍ଦ୍ଧ କୁଶଳୀ ଭାବରେ କାରଖାନା ରେ କାର୍ଯ୍ୟରତ ଅଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ନାଲକୋ ର ଉଭୟ ସିପିପି ଓ ସ୍ମେଲଟର କାରଖାନାରେ ପ୍ରାୟ 1500 ରୁ ପଦବୀ ଖାଲି ଥିବାରୁ ସେହି ସ୍ଥାନରେ ଏହି ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି./ଆଇ.ଟି.ଆଇ. 198 ପ୍ରଜା ଙ୍କୁ ନିଯୁକ୍ତି ଦେବାକୁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ।
ସମାନ କାର୍ଯ୍ୟକୁ ସମାନ ଦରମା ର ଯେଉଁ ନିୟମ ଅଛି ତାହାକୁ କାର୍ଯ୍ୟକାରୀ କରାଯାଇ ମାସିକ 50 ହଜାର ଟଙ୍କା ର ବେତନ ଦିଆ ଯିବା । ଯେଉଁ ମାନଙ୍କୁ ମାସିକ 26 ଦିନରୁ କମ କାର୍ଯ୍ୟ ଦିଆ ଯାଉଛି ତାହାକୁ ବୃଦ୍ଧି କରିବା । ନାଲକୋ ରେ କାର୍ଯ୍ୟ କରୁଥିବା ସ୍ଥାୟୀ କର୍ମଚାରୀ ଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାର ମୌଳିକ ସୁବିଧା ସୁଯୋଗ ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି./ଆଇ.ଟି.ଆଇ.(୧୯୮) ର ସଭ୍ଯ ସଭ୍ୟାଙ୍କୁ ପ୍ରଦାନ କରାଯିବା ସହ ସଂଘର ପ୍ରତି ସଭ୍ଯ ଙ୍କର ପରିବାର ସଦସ୍ଯଙ୍କୁ ନାଲକୋ ଡାକ୍ତରଖାନା ରେ ମାଗଣା ଚିକିସ୍ଛା,ନାଲକୋ ଟାଉନସିପ ରେ ମାଗଣା କ୍ଵାଟର,ପିଲାଙ୍କୁ ଡ଼ିପିଏସ ବିଦ୍ୟାଳୟ ରେ ମାଗଣା ପାଠ ପଢିବା ର ସୁବିଧା ଓ ଅନ୍ଯାନ୍ଯ କ୍ଯାଣ୍ଟିନ ଭତ୍ତା,ଉପହାର ,ପୋଷାକ ଆଦି ତୁରନ୍ତ ପ୍ରଦାନ କରିବା ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *