ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ଥ ଜାତୀୟ ୫୫ ନମ୍ବର ରାଜପଥ ନିକଟରେ ଏକ ୧୨ ଚକିଆ ଟ୍ରକ୍ ମଟର ସାଇକେଲ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ସ୍ଵାମୀ ର ମୃତ୍ଯୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଅନୁଗୋଳ ଡାକ୍ତରଖାନା କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। ଘଟଣା ରୁ ପ୍ରକାଶ ଯେ ଅନୁଗୋଳ କଲେଜ ଛକ ଅଞ୍ଚଳର ମଙ୍ଗୁଳି ନାୟକ ଓ ସ୍ତ୍ରୀ ସାବିତ୍ରୀ ନାୟକ ନିଜ ମଟର ସାଇକେଲ or 19 e 69 ଯୋଗେ ବୁଢାପଙ୍କ ଗ୍ରାମ କୁ ଏକ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଭୋଜି ଖାଇବା କୁ ଯିବା ବେଳେ ଦିନ ୧.୩୦ ମିନିଟ ସମୟରେ OD 16 h 0870 ଟ୍ରକ୍ ତାକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ମଙ୍ଗୁଳି ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ସାବିତ୍ରୀ ଗୁରୁତର ହୋଇ ଅନୁଗୋଳ ଡାକ୍ତରଖାନା ରେ ଚିକିତ୍ସା ପାଇଁ ନିଆ ଯାଇଛି। ଘଟଣା ସ୍ଥଳରେ ସହ ସହ ଗାଡି ମଟର ଉଭୟ ପାର୍ଶ୍ଵରେ ଠିଆ ହୋଇ ରହିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ ସବ କୁ ଅଟକ ରଖି ଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି। ରାସ୍ତା ଶୀଘ୍ର ନିର୍ମାଣ ନ ହେଲେ ସବ ଗାଡ଼ି କୁ ଛାଡିବେ ନାହିଁ ବୋଲି କହିଛନ୍ତି। ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଁଚି ଲୋକଙ୍କୁ ବୁଝା ଶୁଝା କରିଛି। ଜାତୀୟ ରାଜପଥ ମରଣା ଯନ୍ତା ପାଳଟିଥିବା ବେଳେ ଶୋଚନୀୟ ରାସ୍ତାକୁ ନିର୍ମାଣ କରାଯାଇ ନଥିବାରୁ ଉତ୍ୟକ୍ତ ଲୋକ ମାନେ ଆତଙ୍କିତ ଅବସ୍ଥାରେ ନାରାବାଜି କରିଛନ୍ତି। ତେବେ ମୃତକ ପରିବାର ଙ୍କୁ କ୍ଷତି ପୂରଣ ଓ ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଉତ୍ୟକ୍ତ ଲୋକ କରିଛନ୍ତି।