ନୂଆଦିଲ୍ଲୀ: ଚାକିରିରୁ ଇସ୍ତଫା ଦେଲେ ଜମ୍ମୁକଶ୍ମୀରର ବରିଷ୍ଠ ଆଇପିଏସ୍ ଅଧିକାରୀ ବସନ୍ତ ରଥ । କୁହାଯାଇଛି ଯେ ବସନ୍ତ ରଥ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେବାକୁ ଥିବାରୁ ସେ ଇସ୍ତଫା ଦେଇଛନ୍ତି | ପୂର୍ବତନ ଆଇଜି ଟ୍ରାଫିକ୍ ବସନ୍ତ ରଥ ଜମ୍ମୁକଶ୍ମୀରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ମେହେଟ୍ଟାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ସେ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ସେ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେଇପାରନ୍ତି। ଟ୍ୱିଟରରେ ଇସ୍ତଫା ପତ୍ର ସେୟାର କରି ବସନ୍ତ ରଥ ଲେଖିଛନ୍ତି ଯେ ‘ମୁଁ ନିର୍ବାଚନ ରାଜନୀତିରେ ଭାଗ ନେବାକୁ ଭାରତୀୟ ପୁଲିସ ସେବାରୁ ଇସ୍ତଫା ଦେବାକୁ ଚାହୁଁଛି।