ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ସମ୍ବିତ ପାତ୍ରଙ୍କ ପ୍ରେସମିଟ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗାନ୍ଧୀ ପରିବାର ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଯେ , ଗାନ୍ଧୀ ପରିବାର ଭ୍ରଷ୍ଟଚାରରେ ଲିପ୍ତ । ନ୍ୟାସନାଲ ହେରାଲଡ଼ କେସ ଚାଲିଛି । ବେଲରେ ବାହାରେ ଅଛନ୍ତି ଗାନ୍ଧୀ ପରିବାର । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କୁ ଇଡ଼ି ସମନ କରିଛି । ସୋନିଆ ଗାନ୍ଧୀ ଅସୁସ୍ଥତା କାରଣରୁ ଇଡ଼ି ରେ ହାଜର ହେଲେନି । ଆସନ୍ତା କାଲି ରାହୁଲ ଗାନ୍ଧୀ ଙ୍କର ଇଡ଼ି ରେ ହାଜର ହେବାର ଅଛି । କିନ୍ତୁ ତାହା ପୂର୍ବରୁ ଦଳର ସମସ୍ତ ସାଂସଦ ଙ୍କୁ ଦିଲ୍ଲୀ ଡ଼କରା ହୋଇଛି । ସେଠି ସତ୍ୟାଗ୍ରହ କରିବା ପାଇଁ ଦଳ ଯୋଜନା କରୁଛି । ଏଥିରୁ ସ୍ପଷ୍ଟ ଗାନ୍ଧୀ ପରିବାର କିଛି ଲୁଚେଇବା କୁ ଚାହୁଁଛି। ତେଣୁ ଏପରି ଡ୍ରାମା କରୁଛି । 500 କୋଟି ଟଙ୍କାର ନେସେନାଲ ହେରାଲଡ଼ ରେ ଦୁର୍ନୀତି ହୋଇଛି । ଏ.ଜେ. ଏଲ କମ୍ପାନୀ ମଧାମରେ ତିନିଟି ପେପର ପ୍ରିଣ୍ଟ ହେଉଥିଲା । ଏ.ଜେ. ଏଲ ର 5000 କୋଟି ଟଙ୍କାର ସମ୍ପତି ରହିଛି । କଂଗ୍ରେସ ଦଳ ଏ.ଜେ. ଏଲ କୁ 90 କୋଟି ଲୋନ ପାର୍ଟି ଫଣ୍ଡ ରୁ ଦେଇଥିଲେ । ଯାହା ସମ୍ପୂର୍ଣ୍ଣ ବେନିୟମ । ଏ.ଜେ. ଏଲ ଚେୟାର ମ୍ୟାନ ହେଉଛନ୍ତି ମୋତି ଲାଲ ବୋହରା ଯିଏକି ସେହି ସମୟରେ କଂଗ୍ରେସର କୋଷାଧ୍ୟକ୍ଷ ବି ରହିଥିଲେ । ତେଣୁ ସେହି ନିଜେ ହିଁ ନିଜକୁ ଲୋନ ଦେଇଥିଲେ । ତାହା ପରେ ୟଙ୍ଗ ଇଣ୍ଡିଆ କମ୍ପାନୀ ଗଠନ ହେଲା । ଆଉ ତାହାର ଚେୟାର ମ୍ୟାନ ବି ରହିଲେ ମୋତି ଲାଲ ବୋହରା । ଏ.ଜେ. ଏଲ ର ସେୟାର କୁ ସେୟାର ହୋଲଡ଼ରଙ୍କ ବିନା ପରାମର୍ଶ ରେ ୟଙ୍ଗ ଇଣ୍ଡିଆ କମ୍ପାନୀ କୁ ବିକ୍ରି କରି ଦିଆଯାଇଛି । ୟଙ୍ଗ ଇଣ୍ଡିଆ କମ୍ପାନୀ କୁ 5 ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା ମାତ୍ର 5000 କୋଟି ଟଙ୍କାର ସମ୍ପତି ଗଛିତ ହୋଇଛି । ପରେ 90 କୋଟି ଟଙ୍କା ଛାଡ଼ କରିବା ପାଇଁ ସୋନିଆ ଗାନ୍ଧୀ କହିବା ପରେ ତାକୁ ମୋତି ଲାଲ ବୋହରା ମୁଣ୍ଡ ପୋତି ମାନି ନେଲେ । ଉପରେ ଥିବା ଗାନ୍ଧୀ ମଧ୍ୟ ଅବଶୋସ କରୁଥିବେ ତାଙ୍କ ସତ୍ୟାଗ୍ରହ ଭଳି ପ୍ରଥା କୁ ଭୁଲ ବାଟରେ ବ୍ୟବହାର କରାଯାଉଛି । ତେଣୁ କଂଗ୍ରେସ ଏଭଳି ନାଟକ ବାଜି ବନ୍ଦ କରି ଆଇନ କୁ ସମ୍ମାନ ଦେଉ ।