ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନବୀନ ସରକାର ରେ ଜାରି ରହିଥିବା 5T ସହ ଆଉ ଏକ ଟି (ଟି) ନେଇ ଚର୍ଚ୍ଚା । ଆଜି ନବ ନିଯୁକ୍ତ ଉଭୟ କ୍ୟାବିନେଟ ଓ ରାଷ୍ଟ୍ର ପାହ୍ୟା ର ମନ୍ତ୍ରୀ ମାନେ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ 5T ସହ ଆଉ ଏକ T (ଟି ) ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନବୀନ । ଆଉ ସେହି ଟି ହେଉଛି ଟୁର । ବିଭିନ୍ନ ସ୍ଥାନ ଗସ୍ତ କରି ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ସହ ନିଜ ବିଭାଗ ର କାର୍ଯ୍ୟକାରିତା କୁ ତ୍ୱରାନ୍ୱିତ କରିବା ଉଦ୍ଧେଶ୍ୟରେ ଆଉ ଏକ T ଟି କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିବା କୁହାଯାଉଛି । ସୂଚନା ଅନୁଯାୟୀ ନବୀନ ଙ୍କ ପଞ୍ଚମପାଳି ରେ ନୂତନ ଭାବେ 5T କାର୍ଯ୍ୟକ୍ଷମ ହୋଇଥିଲା ।