ଅନୁଗୁଳ(ସୁବ୍ରତ ପଟ୍ଟନାୟକ) : କେନ୍ଦ୍ରରେ ମୋଦୀ ସରକାର ର ଆଠ ବର୍ଷ ପୂର୍ତ୍ତି କୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଶନିବାର ଦିନ ଆୟୋଜିତ ହୋଇଯାଇଛି | ସମସ୍ତ ଅତିଥି ମାନଙ୍କ ଦ୍ୱାରା ମୋଦୀ ଙ୍କ ଆଠ ବର୍ଷ ଶାସନରେ ବିକାଶ କାର୍ଯ୍ୟକ୍ରମ ଉପରେ ଏକ ପୁସ୍ତିକା ଉନ୍ମୋଚନ କରାଯାଇଥିଲା | ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସାମ୍ବାଦିକ ମାନଙ୍କୁ ଭାରତ ବର୍ଷର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଆଠ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ନିରନ୍ତର ଯାତ୍ରାରେ ଜାତି,ପରିବାର,ଭ୍ରଷ୍ଟାଚାର, ତୁଷ୍ଟିକରଣ,ଜାତୀୟ ରାଜନୀତିକୁ ସର୍ବସ୍ପର୍ଶୀ,ସର୍ବ ସମାବେଶୀ,ବିକାଶ ବାଦର ଜୟଯାତ୍ରାରେ ପରିଣତ କରାଯାଇଛି,ଗରିବ,ପଛୁଆ, ଦଳିତ,ଆଦିବାସୀ,ମହିଳା,ଯୁବକ,ଅଳ୍ପ ସଂଖ୍ୟକ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନ ମାନର ଉଥାନର ଯାତ୍ରା ହେଉଛି ବିଗତ ଆଠ ବର୍ଷ ବୋଲି ପ୍ରକାଶ କରିଥିଲେ |ମୋଦୀ ଶାସନରେ ବିକାଶ ଘରେ ଘରେ ବୋଲି ସେ କହିଥିଲେ ।କୃଷକ ଏବଂ ଗରିବଙ୍କ ଆୟ ବୃଦ୍ଧି ପାଇଛି।ବିଗତ ଆଠ ବର୍ଷରେ ମୋଦି ସରକାରଙ୍କ ମୂଳ ମନ୍ତ୍ର ହେଉଛି ସବକା ସାଥ, ସବକା ବିକାଶ,ସବକା ବିଶ୍ୱାସ ଏବଂ ସବକା ପ୍ରୟାସ। ଅନ୍ତୋଦୟ,ସେବାହିଁ ସଙ୍ଗଠନ, ରାଷ୍ଟ୍ର ସର୍ବୋପରି ଚିନ୍ତାଧାରା ଆଜି ସଫଳ ହେଇପାରିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଗତ ଆଠ ବର୍ଷ ମଧ୍ୟରେ ଅନୁଗୁଳୁ ଜିଲ୍ଲାରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ଗୁଡିକ । ତାଳଚେର ସାରକାରଖାନା ପ୍ରତିଷ୍ଟା କରିବା ପାଇଁ ୧୩ ହଜାର କୋଟି ଟଙ୍କା ।ତାଳଚେର ଥର୍ମାଲରେ ନୂତନ ପ୍ଳାଣ୍ଟ ବସାଇବା ପାଇଁ ୧୦ ହଜାର କୋଟି ଟଙ୍କା । ତାଳଚେର ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ୫ଶହ କୋଟି ଟଙ୍କା ସହ ସମସ୍ତ ଆନୁସାଙ୍ଗିକ ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଏବଂ ସମସ୍ତ ଖର୍ଚ୍ଚ ଚଳାଇବାର ରାଷ୍ଟ୍ରୟାତ ଉଦ୍ୟୋଗ ବହନ କରିବା । ତାଳଚେର ବିମଳାଗଡ ରେଳପଥ ପାଇଁ ୧୫ ଶହ କୋଟିରୁ ଊର୍ଦ୍ଧ ଟଙ୍କା ମଞ୍ଜୁର କରିବା । ଅନୁଗୁଳୁ ସୁକିନ୍ଦା ନୂତନ ରେଳପଥ ନିର୍ମାଣ ପାଇଁ ପ୍ରଚୁର ଅର୍ଥ । ଅନୁଗୁଳୁ ସମ୍ବଲପୁର ରେଳପଥର ଦୋହରି କରଣ ଓ ବିଦ୍ୟୁତିକରଣ । ବଳରାମ ପ୍ରସାଦ ଠାରେ ଇସଆଇ ହସ୍ପିଟାଲର ପ୍ରତିଷ୍ଠା,ନାଲକୋରେ ଚକ୍ଷୁ ହସ୍ପିଟାଲ ପ୍ରତିଷ୍ଠା, କଟକ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଚାରି ଲାଇନ ଜାତୀୟ ରାଜପଥ ନିର୍ମାଣ,ତାଳଚେର ଠାରୁ ଡୁବୁରି ପର୍ଯ୍ୟନ୍ତ ଚାରି ଲାଇନ ଜାତୀୟ ରାଜପଥ ନିର୍ମାଣ,କନକତୁରା ଚଣ୍ଡୀଖୋଲ୍ ଜାତୀୟ ରାଜପଥର ଦୋହରି କରଣ, ତାଳଚେର ଠାରେ ସେଣ୍ଟ୍ରାଲ ସ୍କୁଲ ପ୍ରତିଷ୍ଠା, ହର ଘର ନଲ ପେ ଜଲ ଯୋଜନାରେ ଅନୁଗୁଳୁ ଜିଲ୍ଲାର ସମସ୍ତ ଘରକୁ ପାଇପ ଜରିଆରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଶହ ଶହ କୋଟି ଟଙ୍କା ମଞ୍ଜୁରି,ୱେଲନେସ ସେଣ୍ଟର ସ୍କୀମରେ ଜିଲ୍ଲାର ସମସ୍ତ ହସ୍ପିଟାଲକୁ ଉନ୍ନତ ମାନର ନିର୍ମାଣ ସହ ବିଭିନ୍ନ ଆବଶ୍ୟକ ଚିକିତ୍ସା ଉପକରଣ ପ୍ରଦାନ,ଡ଼ି.ଏମ.ଏଫ ଫଣ୍ଡ ଗଠନ କରି ତିନି ହଜାର କୋଟି ଟଙ୍କାରୁ ଊର୍ଦ୍ଧ ଅଦ୍ୟାବଧି ଜିଲ୍ଲାର ବିକାଶ ପାଇଁ ପ୍ରଦାନ, ଦୁଇ ବର୍ଷ କୋରନା କାଳରେ ଅନୁଗୁଳୁ ଜିଲ୍ଲାର ଜନସାଧାରଣଙ୍କ ପାଇଁ କେନ୍ଦ୍ର ସରକାରଙ୍କର ରାଷ୍ଟ୍ରୟାତ ଉଦ୍ୟୋଗ ମାଧ୍ୟମରେ ସମଗ୍ର ଜିଲ୍ଲାରେ ଏକ ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଖୋଲି ମାଗଣାରେ ସଂପୂର୍ଣ୍ଣ ଚିକିତ୍ସା କରାଇ ହଜାର ହଜାର ଲୋକଙ୍କର ଜୀବନ ବଞ୍ଚାଇବାରେ ସହାୟକ ସାଜିବା, କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ଅନୁଗୁଳୁ ଜିଲ୍ଲାକୁ ଶହ ଶହ କୋଟି ଟଙ୍କା ଦିଆଯାଇଛି ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ ।ପାଳଲହଡା ଠାରୁ ପିତିରି ଚାରି ଲାଇନ ଜାତୀୟ ରାଜପଥ ନିର୍ମାଣ, ଅନଗୁଳ ଠାରେ ଆଲୁମିନିୟମ ପାର୍କ ପ୍ରତିଷ୍ଠା,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଉପଖଣ୍ଡ ଚିକିତ୍ସାଳୟରେ ଅକ୍ସିଜେନ ପ୍ଳାଣ୍ଟ ପ୍ରତିଷ୍ଠା ପ୍ରଭୁତି ବହୁ ଉର୍ଣ୍ଣୟନ ମୁଳକ କାର୍ଯ୍ୟ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପିଏମ ଉଜ୍ଜ୍ୱଳା ଯୋଜନା,ସ୍ୱଚ୍ଛ ଭାରତ ଯୋଜନା,ସୌଭାଗ୍ୟ ଯୋଜନା,ହର ଘର ନଲପେ ଜଲ,ଗରିବ କଲ୍ୟାଣ ଅନ୍ନ ଯୋଜନା,କିଷାନ ସମ୍ମାନ ନିଧି ଯୋଜନା,ପିଏମ ଫସଲ ବୀମା,ଆୟୁସ୍ମାନ ଯୋଜନା,କୃଷକ ଶ୍ରମିକ ପେନସନ ଯୋଜନା,ପିଏମ ମୁଦ୍ରା ଯୋଜନା,ଜନଧନ ଯୋଜନା,ଆତ୍ମନିର୍ଭର ଭାରତ,କୋଭିଡ ପରିଚାଳନା ସହ ମାଗଣା ଟୀକା,୩୭୦ ଧାରା ଉଚ୍ଛେଦ,ରାମ ମନ୍ଦିର ନିର୍ମାଣ,ତିନ ତଲାକ ଉଚ୍ଛେଦ,ନାଗରିକ ସଂଶୋଧନ ଆଇନ,ସ୍ୱତନ୍ତ୍ର ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରବର୍ତ୍ତିନ,ବିଦେଶ ନୀତି ସହ ବିଶ୍ୱ ନେତୃତ୍ବର ଜନମଙ୍ଗଳ କାରୀ ଯୋଜନାର ସଫଳତାକୁ ଲୋକଙ୍କୁ ବୁଝାଇବା ସହ ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା,କୃଷକ ମୋର୍ଚ୍ଚା, ଏସସି ମୋର୍ଚ୍ଚା, ଏସଟି ମୋର୍ଚ୍ଚା,ଓବିସି ମୋର୍ଚ୍ଚା ତରଫରୁ ବିଭିନ୍ନ ମଣ୍ଡଳରେ ଜୁନ ଏକ ତାରିଖରୁ ଜୁନ ପନ୍ଦର ପର୍ଯ୍ୟନ୍ତ ଲୋକଙ୍କ ପାଖକୁ ଯିବା ସହ ରାଲି, ସାଧାରଣ ସଭା ସହ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରାଯିବ ବୋଲି ପ୍ରକାଶ ଶ୍ରୀ ସାମଲ କହିଥିଲେ ||ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ପ୍ରାକ୍ତନ ମନ୍ତୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା,, ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଓ ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ |ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସାମ୍ବାଦିକ ସମ୍ମିଳନୀ କୁ ସଂଯୋଜନା କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଅମୀୟ ତ୍ରିପାଠୀ, କାଳନ୍ଦୀ ପ୍ରଧାନ, ସୁଦିପ୍ତ ସ୍ୱାଇଁ,ସମୀର ପରିଡା ଓ ଚନ୍ଦ୍ରକାନ୍ତ ଧଳ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |