ନୂଆଦିଲ୍ଲୀ: କରୋନା ପଜିଟିଭ ଚିହ୍ନଟ ହେଲେ ସୋନିଆ ଗାନ୍ଧୀ । ଏ ନେଇ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି କଂଗ୍ରେସ ନେତା ତଥା କଂଗ୍ରେସ ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ ସୁରଜେବାଲା । ଆଜି ସାମାନ୍ୟ ଜ୍ଵର ହେବା ଓ ପରେ ପରେ ଶ୍ରୀମତୀ ଗାନ୍ଧୀ ଙ୍କ କରୋନା ଟେଷ୍ଟ ପରେ ସେ ପଜିଟିଭ ଥିବା ଜଣାପଡିଥିଲା । କରୋନା ପଜିଟିଭ ଚିହ୍ନଟ ପରେ ଶ୍ରୀମତୀ ଗାନ୍ଧୀ ଆଇସୋଲେସନ ରେ ରହିଛନ୍ତି । ଡାକ୍ତରୀ ପରାମର୍ଶ ତାଙ୍କୁ ଯୋଗାଇ ଦିଆଯାଇଛି । ସେପଟେ ଆସନ୍ତା ଆଠ ତାରିଖରେ ଶ୍ରୀମତୀ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦେସାଳୟ ରେ ହାଜର ହେବାକୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି ।