Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ମଣିଷଙ୍କ ପରି ଜୀବଜନ୍ତୁ ଙ୍କ କ୍ଷେତ୍ରରେ ନିଜ ସନ୍ତାନ ମାନଙ୍କ ପ୍ରତି ବେଶ ଯତ୍ନବାନ ହେଉଥିବା ର ନଜିର ରହିଥିବା ବେଳେ ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲା ସାତକୋଶିଆ ଗଣ୍ଡ ର ବଲଦମରା ଠାରେ । ପ୍ରାକୃତିକ ପରିବେଶ ରେ ଜନ୍ମନେଇ ଚର୍ଚ୍ଚିତ ଘଡ଼ିଆଳ ଶାବକ ଙ୍କୁ ଉଭୟ ମାଈ ଓ ଅଣ୍ଡିରା ଘଡ଼ିଆଳ ସୁରକ୍ଷା ଦେଉଥିବା ତଥା ନିଜ ଜନ୍ମିତ ସନ୍ତାନ ମାନଙ୍କ ପ୍ରତି ସେମାନେ ଯତ୍ନବାନ ଥିବାର ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ । ମୁଖ୍ୟତଃ ଘଡ଼ିଆଳ ଙ୍କ ତୁଳନାରେ ସମ୍ପୃକ୍ତ ସ୍ଥାନରେ ମଗର ପ୍ରଜାତିର କୁମ୍ଭୀର ଙ୍କ ସଂଖ୍ୟା ଅଧିକ ରହିଛି । ସୁତରାଂ ନବଜାତ ଘଡ଼ିଆଳ ଶାବକ ଙ୍କୁ ମଗର ଙ୍କ ଠାରୁ ରକ୍ଷା କରିବା ପାଇଁ ଅଣ୍ଡିରା ଘଡ଼ିଆଳ ମଧ୍ୟ ସମ୍ପୃକ୍ତ ବଲଦମରା ଅଞ୍ଚଳରେ ପଈତାରା ମାରୁଥିବା ଦେଖିବାକୁ ମିଳିଛି । ଅନୁରୂପ ଭାବେ ବନ ବିଭାଗ ମଧ୍ୟ ଏଥି ପ୍ରତି ଗୁରୁତ୍ୱ ଦେଇଛି । ଅଣ୍ଡିରା ତଥା ମାଈ ଘଡ଼ିଆଳ ର ସଙ୍ଗମ ପରେ ଏହି ନବଜାତକ ଙ୍କ ଜନ୍ମ ହୋଇଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *