ଅନୁଗୋଳ(ସୁବ୍ରତ ପଟ୍ଟନାୟକ):
ବାପାର ହତ୍ୟାକାରୀ କୁ ଗିରଫ କରିବାକୁ ପୁଅ ର ଆକୁଳ ନିବେଦନ । ଅନୁଗୁଳ ଏସପିଙ୍କ ଅଫିସ କୁ ଆସି ଲିଖିତ ଦାବିପତ୍ର ଦେବା ସହ ବରିଷ୍ଠ ପୋଲିସ ଅଧିକାରୀ ଙ୍କୁ ନିଜ ବାପାଙ୍କ ମୃତ୍ୟୁର କାରଣ ଓ ହତ୍ୟାକାରୀକୁ ଗିରଫ କରିବାକୁ ଗୁହାରି କରିଛନ୍ତି ପୁଅ ।
ଅଭିଯୋଗ ଅନୁଯାୟୀ ଅନୁଗୁଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ତଲଗଡ଼ ଗ୍ରାମର ରମେଶ ଚନ୍ଦ୍ର ଦେହୁରୀଙ୍କୁ ଅତ୍ୟନ୍ତ ମୁମୁର୍ଷୁ ଅବସ୍ଥାରେ ନୂଆଗଡ଼ରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ । ଏହି କ୍ରମରେ ରମେଶଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏନେଇ ସୂଚନା ପାଇବା ପରେ ତଲଗଡ଼ ଗ୍ରାମର ପ୍ରାୟ ନଅ ଜଣ ବ୍ୟକ୍ତି ରମେଶଙ୍କୁ ଭେଟିବା ସମୟରେ ତାଙ୍କର ଏଭଳି ଅବସ୍ଥା ସେହି ଗ୍ରାମର ମୋହନ ସାହୁଙ୍କ ପୁଅ ପ୍ରାଣବନ୍ଧୁ ଓ ପ୍ରିୟ ସାହୁ ଏପରି ଅବସ୍ଥା କରଥିବା କହିଥିଲେ ।
ମୂଳତଃ ଏକ ଟ୍ରେଞ୍ଚ ଖୋଲିବାକୁ ରମେଶ ପ୍ରାଣବନ୍ଧୁଙ୍କୁ ପ୍ରାୟ ପଚାଶ ହଜାର ଟଙ୍କା ଧାର ଦେଇଥିଲେ ।
ତେବେ ବାରମ୍ବାର ଏହି ଅର୍ଥ ଫେରାଇବାକୁ ରମେଶ ପ୍ରାଣବନ୍ଧୁଙ୍କୁ କହୁଥିବା ବେଳେ ଏଥିରେ କୌଣସି ସୁଫଳ ମିଳି ପାରିନଥିଲା । ଗତ ଏପ୍ରିଲ ମାସ ୧୪ ତାରିଖରେ ଟଙ୍କା ଫେରସ୍ତ କରାଯିବ କହି ଅନୁଗୁଳ ବସଷ୍ଟାଣ୍ଡ କୁ ଡକାଇ ପଠାଇଥିଲେ ପ୍ରାଣ ଓ ପ୍ରିୟ । ଏନେଇ ୧୫ ତାରିଖରେ ରମେଶ ଅନୁଗୁଳ ବସଷ୍ଟାଣ୍ଡ ରେ ପହଞ୍ଚି ଥିଲେ ହେ ଟଙ୍କା ଦେବା ବଦଳରେ ନିକଟସ୍ଥ ଜଙ୍ଗଲ କୁ ତାଙ୍କୁ ନେଇଯାଇଥିଲେ ପ୍ରାଣ ବନ୍ଧୁ ଓ ତାଙ୍କ ଭାଇ ପ୍ରିୟ । ସେଠାରେ ଉଭୟ ରମେଶ ଙ୍କ ବେକ ଓ ହାତ କାଟି ହତ୍ୟା ଉଦ୍ୟମ କରିଥିଲେ ।
ରମେଶ ମୃତ ଭାବି ତାଙ୍କୁ ସେଠାରେ ଛାଡି ପଳାଇ ଆସିଥିବା ବେଳେ ରମେଶ ପରଦିନ ନୂଆଗଡ଼ ଗାଁ ରେ ପହଁଚିବା ପରେ ତାଙ୍କୁ ପ୍ରଥମେ ନରସିଂହପୁର ଓ ପରେ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲେ ହେ ରମେଶ ଙ୍କ ଦେହାନ୍ତ ହୋଇଯାଇଥିଲା ।
ଏଭଳି ପରିସ୍ଥିତିରେ ବନ୍ତଳା ପୋଲିସ ଠୋସ ପଦକ୍ଷେପ ନେଉ ନଥିବା ବେଳେ ଅଭିଯୁକ୍ତ ମାନେ ଅନାଶୟରେ ବୁଲୁ ଥିବାରୁ ସେମାନଙ୍କ ପରିବାର ସଦସ୍ୟ ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିବା ନେଇ ପୋଲିସ ର ଦୃଷ୍ଟି ଆକର୍ଷଣ କରିଛନ୍ତି ମୃତ ରମେଶଙ୍କ ପୁଅ ଅଖିଳ । ଏହାସହ ତାଙ୍କ ବାପା ଙ୍କ ହତ୍ୟା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି ।