ଅନୁଗୋଳ(ସୁବ୍ରତ ପଟ୍ଟନାୟକ) ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି ୬୮୫ ଜଣ । ୬୮୫ ପଦବୀରେ କୃତକାର୍ଯ୍ୟ ତାଲିକାରେ ଓଡ଼ିଶାରୁ ୯ ଜଣ ସ୍ଥାନ ପାଇଛନ୍ତି । ଏହା ଭିତରେ ଜଣେ ଅନୁଗୁଳ ଜିଲ୍ଲାର ଛାତ୍ର ରହିଛନ୍ତି । ପ୍ରଥମ ସ୍ଥାନରେ ଅଛନ୍ତି କାର୍ତ୍ତିକ ପାଣିଗ୍ରାହୀ । ସର୍ବଭାରତୀୟ ତାଲିକାରେ ତାଙ୍କର ରାଙ୍କ୍ ହେଉଛି ୬୩ । ୮୬ ରାଙ୍କ୍ ରେ ସୌରଭ କୁମାର ଅଗ୍ରୱାଲ୍, ୨୦୫ ରାଙ୍କ୍ ରେ ଦୁର୍ଗାପ୍ରସାଦ ଅଧିକାରୀ, ୨୩୨ ରାଙ୍କ୍ ରେ ବିଶ୍ୱ ବିଶ୍ରୁତ ତ୍ରିପାଠୀ, ୨୬୯ ରାଙ୍କରେ ଅନୁପ ଗର୍ଗ, ୨୭୩ ରାଙ୍କରେ ସମୀର କୁମାର ଜେନା, ୩୦୬ ରାଙ୍କରେ ସୌମ୍ୟରଞ୍ଜନ ପ୍ରଧାନ, ୩୭୬ ରାଙ୍କରେ ହର୍ଷିତ ମେହେର, ୫୧୩ ରାଙ୍କ୍ ରେ ମାନସ ରଞ୍ଜନ ସାହୁ ଅଛନ୍ତି । ୩୦୬ ରାଙ୍କରେ କୃତକାର୍ଯ୍ୟ ହାସଲ କରିଥିବା ସୌମ୍ୟରଞ୍ଜନ ପ୍ରଧାନ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ର ଉଦୟପୁର ଅଞ୍ଚଳରେ ନିଜ ପରିବାର ସହ ରୁହନ୍ତି । ତାଙ୍କ ବାପା ସଂଜୀବ କୁମାର ପ୍ରଧାନ ଜଣେ ଅଧ୍ୟାପକ ମା କଳ୍ପନା ବିଶ୍ୱାଳ ଗୃହିଣୀ । ସେ ଛୋଟ ବେଳୁ ପାଲଲହଡାରେ ରହି ପାଠ ପଢୁଥବା ବେଳେ ଅନଲାଇନରେ ରେ ଇଉପିଏସସି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ଇଉପିଏସସି ପାଇଁ ଦୈନିକ ସେ ୫ ରୁ ୬ ଘଣ୍ଟା ସମୟ ଦେଉଥିଲେ । ତେବେ ଏହି ସ୍ଵପ୍ନ ତାଙ୍କ ଜେଜେବାପାଙ୍କର ଥିଲା । ଆଉ ଆଜି ଜେଜେବାପାଙ୍କ ସ୍ଵପ୍ନ ସେ ପୂରଣ କରିଛନ୍ତି , ତାଙ୍କର ଏହି ସଫଳତାରେ ସେ ନିଜେ ତ ବହୁତ ଖୁସି ଅଛନ୍ତି ଏହା ସହ ତାଙ୍କ ବାପା-ମା ସାନଭାଇ ଓ ଶିକ୍ଷକ ଶିକ୍ଷୟତ୍ରୀ ତଥା ପାଲଲହଡା ବାସୀ ବେଶ ଖୁସି ଅଛନ୍ତି । 2019 ରେ ପ୍ରଥମେ ଓଏସ ପାଇଥିଲେ,, ସେବେଠୁ IAS ପାଇଁ ସଜବାଜ ହୋଇଥିଲେ, ଶେଷରେ ଆଜି ସଫଳତା ପାଇଛନ୍ତି ସୌମ୍ୟ,, ତାଙ୍କ ଏହି ସଫଳତା ପାଇଁ ଆଜି ପାଳଲହଡା ରେ ଖୁସିର ଲହରୀ ଖେଳିଯାଇଛି