Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଭାରତୀୟ ରେଲୱେ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିନୟ କୁମାର ତ୍ରିପାଠୀଙ୍କ ଦିନିକିଆ ତାଳଚେର ଗସ୍ତ । ଏହି କ୍ରମରେ ତାଳଚେର ରେଲୱେ ଷ୍ଟେସନଠାରେ ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଶ୍ରୀ ତ୍ରିପାଠୀ ଭେଟିବା ସହିତ ରେଳ ବିଭାଗ ସମ୍ପର୍କିତ ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ତାଳଚେର ବିଧାୟକ ଶ୍ରୀ ପ୍ରଧାନ ।
*ବିଶେଷ ଭାବେ ତାଳଚେର ଠାରୁ ଏଫ୍. ସି. ଆଇ. ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହି ଟ୍ରେନ ଯାତାୟତ୍ ନିମନ୍ତେ ଏକ ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା , ତାଳଚେର-ପୁରୀ ଯାତ୍ରୀବାହୀ ଟ୍ରେନକୁ କଣିହାଁ (NTPC) ପର୍ଯ୍ୟନ୍ତ ସଂପ୍ରସାରଣ କରିବା,ତାଳଚେର ରେଲୱେ ଷ୍ଟେସନ କୁ ଅତ୍ୟାଧୁନିକ ଷ୍ଟେସନ ଭାବେ ରୂପାନ୍ତରିତ କରିବା ।ପଦୃଷଣ କୁ ନିୟନ୍ତ୍ରଣ କରିବା ପାଇଁ କୋଇଲା ବୋଝେଇ ଟ୍ରେନ୍ ରେ ପାଲଭିଡା ଯାଇ କୋଇଲା ପରିବହନ କରିବା ,ତାଳଚେର ହାତଟୋଟା ରେଲୱେ କ୍ରସିଂ ଏବଂ ବନ୍ତୋଲ ଠାରେ ଅଣ୍ଡରପାସ/ଓଭରବ୍ରିଜ୍ କରିବା ସହ ବହୁ ପ୍ରତିକ୍ଷିତ ନିର୍ମାଣଧିନ ତାଳଚେର – ବିମଲାଗଡ଼ ରେଳ ପ୍ରକଳ୍ପ କାର୍ଯ୍ୟ କୁ ଯଥାଶୀଘ୍ର ଶେଷ କରିବା ନେଇ ଶ୍ରୀ ତ୍ରିପାଠୀ ଙ୍କୁ ତାଳଚେର ବିଧାୟକ ଶ୍ରୀ ପ୍ରଦାନ କରିଥିବା ଦାବି ପତ୍ର ରେ ଉଲ୍ଲେଖ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *