ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଚିକିତ୍ସାରେ ଅଵହେଳା, ପରେ ରୋଗୀ ର ମୃତ୍ୟୁ ଓ ପରେ ପରେ ମୃତ ରୋଗୀଙ୍କୁ କଟକ ରେଫର ଉଦ୍ୟମ ଏଭଳି ଏକ ରୋଚକ ତଥା ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ସଦର ମହକୁମାଠାରେ ।ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚାରେ ରହୁଥିବା ଚନ୍ଦନ ନର୍ସିଂ ହୋମରେ ଘଟିଛି ଏହି ଘଟଣା ।ସେପଟେ ରୋଗୀ ମୃତ୍ୟୁ ନେଇ ସମ୍ପର୍କୀୟ ଙ୍କ ହଲାବୋଲ ।ତୁରନ୍ତ କ୍ଷତି ପୂରଣ ସହ କାର୍ଯ୍ୟନୁଷ୍ଠାନ ଦାବି ରେ ମୃତ ରୋଗୀ ଙ୍କ ସମ୍ପର୍କୀୟ ଙ୍କ ପକ୍ଷରୁ ନର୍ସିଂହୋମ ରେ ଧାରଣା ସହ ଅନୁଗୁଳ ଥାନା ରେ କରାଯାଇଛି ଲିଖିତ ଅଭିଯୋଗ । ଆଉ ଏଭଳି ଏକ ଘଟଣା କୁ ନେଇ ଦିନ ତମାମ ଉତେଜନା ଜାରି ରହିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ରୋଗୀ ସମ୍ପର୍କୀୟ ଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି । ଆଉ ଘଟଣା ଟି କିଛି ଏହି ପରି , ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମର ସନ୍ତୋଷ ସାହୁ ଗଭୀର ପେଟ ଯନ୍ତ୍ରଣା ଭୋଗିବାରୁ ପରିବାର ଲୋକେ ତାଙ୍କୁ ସିମିଳିପଡା ସ୍ଥିତ ଚନ୍ଦନ ନର୍ସିଂହୋମ ରେ ଭର୍ତ୍ତି କରିଥିଲେ । କିନ୍ତୁ ଶନିବାର ସକାଳ ସୁଦ୍ଧା ତାଙ୍କ ର ସ୍ୱାସ୍ଥ୍ୟ ବସ୍ଥା ରେ କୌଣସି ସୁଧାର ନ ହେବାରୁ ପରିବାର ଲୋକେ ଚିକିତ୍ସା ରେ ଅବହେଳା କରାଯାଉଥିବା ଅନୁଭବ କରି ସନ୍ତୋଷ ଙ୍କୁ କଟକ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ସେମାନେ ନର୍ସିଂହୋମ ଦାଇତ୍ୱ ରେ ଥିବା କର୍ମଚାରୀ ଙ୍କୁ ଡ଼ିସଚାର୍ଜ କରିବାକୁ ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ । ବରଂ ରୋଗୀ ସନ୍ତୋଷ ଙ୍କୁ ସାଲାଇନ ଓ ଅକ୍ସୀଜେନ ଦେଇ ବେଡ଼ ରେ ପକାଇ ରଖିଥିଲେ । ଫଳରେ କିଛି ସମୟ ମଧ୍ୟରେ ସନ୍ତୋଷ ଙ୍କ ମୃତ୍ୟୁ ହୋଇଥିବା ଓ ମୃତ୍ୟୁ ପରେ ରୋଗୀ କୁ କଟକ ସ୍ଥାନାନ୍ତର କରିବାକୁ ନର୍ସିଂହୋମ ପକ୍ଷରୁ ଉଦ୍ୟମ ହୋଇଥିବା ମୃତ ରୋଗୀ ଙ୍କ ସମ୍ପର୍କୀୟ ଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସେପଟେ ଘଟଣା ପରେ ମୃତ ପରିବାର ବର୍ଗ ଙ୍କୁ ନର୍ସିଂହୋମ ପକ୍ଷରୁ ୧୫ ହଜାର ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ ଉଦ୍ୟମ ହୋଇଥିବା ବେଳେ ଏହାକୁ ସେମାନେ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି । ସମଗ୍ର ଘଟଣା ସମ୍ପର୍କରେ ନର୍ସିଂହୋମ କତ୍ତୃପକ୍ଷ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।