Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଜିଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ଟିଟିପିଏସ ଶ୍ରମିକ ଏକତା ମଞ୍ଚ ର ସଭାପତି ଓ କାର୍ଯ୍ୟକର୍ତା ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ ଧମକ ଦେବା ଘଟଣା ରେ ପ୍ରତିକ୍ରିୟା ରଖିଛି ଜିଲା ବିଜେପି ।ଏହି ମର୍ମରେ ଜିଲା ବିଜେପି ର କାର୍ଯ୍ୟଳୟ ପରିସରରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଘଟଣା କୁ ତୀବ୍ର ନିନ୍ଦା କରିଛି ବିଜେପି ।ତୁରନ୍ତ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସର୍ବ ସମୁଖରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି ବିଜେପି ।ନଚେତ ବିଜେପି ରାଜରାସ୍ତା କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତୃବୃନ୍ଦ ।ସୂଚନା ଅନୁଯାୟୀ ଶ୍ରମିକ ଏକତା ମଞ୍ଚ ର ସଭାପତି ବିନୋଦ କୁମାର ସାମଲ ଙ୍କୁ ଧମକ ଚମକ ଦେବା ସହ କେନ୍ଦ୍ରମନ୍ତ୍ରୀ ଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ସମ୍ବଳିତ ଏକ ଭିଡିଓ ଭାଇରାଲ ହୋଇଥିଲା । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ , ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି , ବିଜେପି ନେତା ଅଶୋକ ମହାନ୍ତି , ଯଯାତି ପଟ୍ଟନାୟକ , ପ୍ରତାପ ପ୍ରଧାନ , ଦିଲୀପ ପ୍ରଧାନ , ସୁଦୀପ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *