ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ହାଇଟେକ ଗ୍ରୁପ ନୁହେଁ ବରଂ ଖୋଦ ରାଜ୍ୟ ସରକାର ପରିଚାଳନା କରିବେ ତାଳଚେର ମେଡ଼ିକାଲ କଲେଜ ବା ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ମେଡ଼ିକାଲ ରିସର୍ଚ୍ଚ ସଂସ୍ଥା କୁ । ଦୀର୍ଘ ବର୍ଷ ହେବ କୋଲ ଇଣ୍ଡିଆ ତଥା ଏଲସିଏଲ ପକ୍ଷରୁ ମେଡ଼ିକାଲ କଲେଜ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ ସତ୍ତ୍ୱେ ଏହାର ପରିଚାଳନା କିଏ ନେବ ସେନେଇ ଲାଗିରହିଥିବା ବିବାଦ ଉପରେ ରୋକ ଲାଗିଛି । ମେଡ଼ିକାଲ କଲେଜ ପରିଚାଳନା ପାଇଁ ଆବଶ୍ୟକ ଅର୍ଥ ରାଶି ଏମସିଏଲ ପକ୍ଷରୁ ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ହୋଇ ସାରିଥିବା ବେଳେ ଗତକାଲି ରାଜ୍ୟ ସରକାର ଏହି ମେଡ଼ିକାଲ କଲେଜ ଚଲାଇବା ନିମନ୍ତେ ଏକ ପ୍ରକାର ସ୍ୱୀକୃତି ଦେଇଛନ୍ତି ।
ମେଡ଼ିକାଲ କଲେଜ ପରିଚାଳନା ପ୍ରସଙ୍ଗରେ ପୂର୍ବରୁ ଦାବି ଦୋହାରାଇ ଆସୁଥିବା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଙ୍କୁ ଗତକାଲି ତାଳଚେର ଉପଜିଲ୍ଲାପାଳ ଲିଖିତ ଭାବେ ଅବଗତ କରାଇବା ପରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ମେ ୧୩ ତାରିଖରେ ହେବାକୁ ଥିବା ତାଳଚେର ବନ୍ଦ ଡାକରା କୁ ସ୍ଥଗିତ ରଖିଛି କ୍ରିୟାନୁଷ୍ଠାନ କମିଟି ।
ବିଳମ୍ବରେ ହେଉ ପଛେ ରାଜ୍ୟ ସରକାର ତାଳଚେର ମେଡ଼ିକାଲ କଲେଜ କୁ ଚଳାଇବା ନେଇ ନିର୍ଦ୍ଦିଷ୍ଟ ଭାବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମସିଏଲ କୁ ପତ୍ରାଳାପ କରିବା ପରେ ବିଭିନ୍ନ ମହଲରେ ଖୁସି ବ୍ୟକ୍ତ କରାଯାଇଛି । ମେଡ଼ିକାଲ କଲେଜ ପରିଚାଳନା ପ୍ରସଙ୍ଗରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଫଳରେ ଉଭୟ ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ଏକ ସକାରାତ୍ମକ ପରିସ୍ଥିତି ସୃଷ୍ଟି ହେବା ଓ ଉଭୟ ଙ୍କ ସହମତି ରେ ମେଡ଼ିକାଲ କଲେଜ ଖୁବ ଶ୍ରୀଘ ଚାଲିବା ପ୍ରସଙ୍ଗ ନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରକଳ୍ପ ର ପୁରୋଧା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟୁଇଟ ଯୋଗେ ଜଣାଇଛନ୍ତି ଯେ , ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ , ସମସ୍ତ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଦେଶର ପ୍ରତ୍ୟକ ଜିଲା ରେ ଗୋଟିଏ ମେଡ଼ିକାଲ କଲେଜ ସ୍ଥାପନ ନେଇ ପ୍ରଧାନମନ୍ତ୍ରୀ ଙ୍କ କଳ୍ପନା ରହିଛି ।
ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱରେ ତାଳଚେର ଠାରେ ଭାରତ ସରକାରଙ୍କ ଏମସିଏଲ ଦ୍ୱାରା ୪୯୨ କୋଟି ଟଙ୍କା ବ୍ୟୟରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଉଛି । ଉଭୟ ଏଲସିଏଲ ଓ ଓଡ଼ିଶା ସରକାର ସମନ୍ୱୟ ରକ୍ଷା କରି ମେଡ଼ିକାଲ କଲେଜ କୁ କାର୍ଯ୍ୟକ୍ଷମ କଲେ , ଏହା ଦ୍ବାରା ଅନୁଗୁଳ ସମେତ ଢେଙ୍କାନାଳ , ଦେବଗଡ଼ , ସୁଵର୍ଣପୁର , ବୌଦ୍ଧ ଓ ନୟାଗଡ଼ ଜିଲା ର ପ୍ରାୟ ୭୦ ଲକ୍ଷ ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇବା ସହ ରାଜ୍ୟର ଛାତ୍ରଛାତ୍ରୀ ମାନେ ମେଡ଼ିକାଲ ପଢ଼ିବାର ସୁଯୋଗ ପାଇବେ । ସେପଟେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ରାଜ୍ୟ ସରକାର ମେଡ଼ିକାଲ କଲେଜ କୁ ପରିଚାଳନା କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଅନୁଯାୟୀ 2018 ମସିହାରେ କୋଲ ଇଣ୍ଡିଆ ଓ ଏମସିଏଲ ର ସିଏସଆର ଫଣ୍ଡ ରୁ ପ୍ରାୟ ୧୦୦୦ କୋଟି ବିନିମୟରେ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୪୯୨ କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଛି ପ୍ରକଳ୍ପ । ତାଳଚେର ଏମସିଏଲ ର ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଙ୍କ କାର୍ଯ୍ୟଳୟ ର ଠିକ ସମୁଖରେ ହୋଇଛି ଏହି ମେଡ଼ିକାଲ କଲେଜ।