ଅନୁଗୋଳ: ଆଜି ତାଳଚେର ଥର୍ମାଲ ଠାରେ 75ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, କାର୍ଯ୍ୟକାରୀ ନିର୍ଦେଶକ ଗୌତମ ଦେବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାଗରୀକା ମହିଳା କ୍ଳବର ସଦସ୍ୟା, ଓସିଆଇଏସଏଫ, ବିଦ୍ୟାଳୟର ଅଧ୍ୟକ୍ଷ, ଭେଲ୍.ର କର୍ମକର୍ତ୍ତା, ସମସ୍ତ ଅଫିସର, କର୍ମଚାରୀ, ସ୍କୁଲ ପିଲାମାନେ, ବାଳିକା ସଶକ୍ତିକରଣ ଗ୍ରୁପ, କର୍ମଚାରୀ ସଂଗଠନ ଓ ଅନେକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।
ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଶ୍ରୀ ଦେବ ଦେଶ ଗଠନରେ NTPCର ଭୂମିକା ତଥା ଶକ୍ତି ଉତ୍ପାଦନରେ ଏହାର ଅବଦାନ ସ୍ମରଣ କରାଇ ଦେଇଥିଲେ। ସମ୍ପ୍ରତି NTPCର ଏହି ପ୍ରୋଜେକ୍ଟ କିପରି ପାରିପାର୍ଶ ଗ୍ରାମାଞ୍ଚଳରେ ବିକାଶର ପଥ ପ୍ରଦର୍ଶକ ହୋଇଛି ଏବଂ ଆଗାମୀ ଦିନରେ ବିକାଶ ର ଶିଖର ଛୁଇଁବ ବୋଲି ମତ ବ୍ୟକ୍ତ କରିଥିଲେ। ସ୍ଥାନୀୟ ଡି.ଏ.ଭି. ସ୍କୁଲ, ବାଳ ଭବନ ପିଲାମାନେ ଓ ବାଳିକା ସଶକ୍ତି କରଣ ଛାତ୍ରୀ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କ ମନ ମୋହି ନେଇଥିଲେ। ପରେ ବିଭିନ୍ନ ବିଭାଗ ରେ ନିଷ୍ଠା ର ସହ କାମ କରିଥିବା କର୍ମଚାରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।