Spread the love

Angul News: ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 100ତମ ମନ କି ବାତ କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇଛି | ଅନୁଗୁଳ ଜିଲ୍ଲା ର ସମସ୍ତ 31ଟି ମଣ୍ଡଳ ରେ ତଥା 1163 ଟି ବୁଥ୍ ରେ ଏହି କାର୍ଯ୍ୟକ୍ରମ କରାଯାଇଛି |ଅନୁଗୁଳ ଜିଲ୍ଲା ରେ ପ୍ରାୟତଃ 50ହଜାର ରୁ ଉର୍ଦ୍ଧ କାର୍ଯ୍ୟକର୍ତା ଆଜିର ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ |ଅନୁଗୁଳ ଜିଲ୍ଲା ବିଜେପି ସଭାପତି ସାତକୋଶିଆ ମଣ୍ଡଳ ରେ ଉପସ୍ଥିତ ରହିବା ସହ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ମଧ୍ୟ ଉପସ୍ଥିତ ଥିଲେ |ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ପାଲଲହଡା ରେ, ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳ ରେ, ଅଗସ୍ତି ବେହେରା ଅନୁଗୁଳ ରେ ସଂଜୀବ ସାହୁ ଆଠମଲ୍ଲିକ ରେ କାର୍ଯ୍ୟକର୍ତା ଙ୍କ ସହ ମନ କି ବାତ ଶୁଣିଥିଲେ |ସମସ୍ତ ବିଜେପି ନେତା ମାନେ ଗୋଟିଏ ଲେଖାଏଁ ସ୍ଥାନରେ ମନ କି ବାତ କରିଛନ୍ତି, ସମଗ୍ର ଜିଲ୍ଲା ରେ 1500ରୁ ଉର୍ଦ୍ଧ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ବୋଲି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *