Spread the love

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଗତକାଲି ବିଳମ୍ବିତ ରାତିରେ ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ କଣ୍ଟିଆପାସି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ ପଞ୍ଚାୟତର ଗୌର ଚନ୍ଦ୍ର ସାହୁ, ଦିଲୀପ ସାହୁ, ବାପୁନ ସାହୁ, ରାନୁ ପ୍ରଧାନ ଓ ପିନୁ ସାହୁ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନିର୍ବାଚନରେ ଫଳାଫଳ ପ୍ରକାଶ ପରେ ମୃତ ୫ ଜଣଙ୍କ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଜୟ ହୋଇଥିଲା। ଖୁସିରେ ଢ଼ାବା ଅଭିମୁଖେ ଖାଇବାକୁ ଯାଉଥିବା ବେଳେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୩ ଜଣ ଓ ଖମାର ଡାକ୍ତରଖାନା ରେ ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣା ସ୍ଥଳରେ ଖମାର ପୋଲିସ ର ତଦନ୍ତ ଜାରି।

Leave a Reply

Your email address will not be published. Required fields are marked *