Spread the love

Angul News: କେନ୍ଦ୍ର ସରକାରଙ୍କ ପ୍ରଣୀତ ଶ୍ରମିକ ବିରୋଧୀ ୪ଟି ଶ୍ରମକୋଡ୍ ବାତିଲ କରିବା, ନାଲକୋ, ଏନ୍.ଟି.ପି.ସି., ଏମ୍.ସି.ଏଲ୍. ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ସମାନ କାମ ପାଇଁ ସମାନ ମଜୁରୀ, ସର୍ବନିମ୍ନ ମାସିକ ମଜୁରୀ ୨୮ହଜାର ଟଙ୍କା ପ୍ରଦାନ କରିବା, ମଧ୍ୟାହ୍ନ ଭୋଜନ ପାଚିକା, ଆଶା, ଅଙ୍ଗନୱାଡି କର୍ମୀ, ସହାୟିକାଙ୍କୁ ସରକାରୀ କର୍ମ·ରୀର ମାନ୍ୟତା ଦେବା, ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟା କରିବା ପ୍ରସ୍ତାବ ବାତିଲ କରିବା, ଆଳୁ, ପିଆଜ, ଖାଇବା ତେଲ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବନ୍ଦ କରିବା ପ୍ରଭୃତି ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ.ଆଇ.ୟୁ.ଟି.ୟୁ.ସି. ର ୨୨ତମ ସର୍ବଭାରତୀୟ ସମ୍ମିଳନୀ ୧୫ରୁ ୧୭ ଡିସେମ୍ବର ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ । ୧୫ ଡିସେମ୍ବରରେ ସମ୍ମିଳନୀର ଖୋଲା ଅଧିବେଶନ ଉପଲକ୍ଷେ ଲୋୟର ପି.ଏମ୍.ଜି. ଠାରେ ହେବାକୁଥିବା ବିଶାଳ ଜନସଭାରେ ଅନୁଗୁଳ ଜିଲ୍ଲାର ଶିଳ୍ପ, ଖଣି, ଖାଦାନ ଶ୍ରମିକ କର୍ମ·ରୀ, ମଧ୍ୟାହ୍ନ ଭୋଜନ ପାଚିକା, ଆଶା, ଅଙ୍ଗନୱାଡି କର୍ମୀ ସହାୟିକା ଏବଂ ବିଭିନ୍ନ ସ୍ତରର ଶ୍ରମଜୀବୀ ଜନସାଧାରଣଙ୍କ ସହିତ ପ୍ରାୟ ୨୦୦୦ ଲୋକ ଯୋଗଦେବେ ବୋଲି ଏ.ଆଇ.ୟୁ.ଟି.ୟୁ.ସି. ଜିଲ୍ଲା ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାହୁ, ସମ୍ପାଦକ ବ୍ରଜବନ୍ଧୁ ସାହୁ, ସମ୍ପାଦକମଣ୍ଡଳୀ ସଭ୍ୟ ତୀର୍ଥବାସୀ ଭୋଇ, ଟୁନା ନାଏକ, ଦୁଃଖିଶ୍ୟାମ ମଲ୍ଲିକ, ପ୍ରତାପ ପ୍ରଧାନ, ସଦାଶିବ ସିଂହ ପ୍ରମୁଖ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *