ଅନୁଗୋଳ: ଅନୁଗୋଳ ସଭାଘର ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଶ୍ରୀ ପ୍ରଦୀପ ଅମାତ, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ, ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ଶ୍ରୀ ରବି ନାରାୟଣ ପାଣି, ପୂର୍ବତନ ବିଧାୟକ ଶ୍ରୀ ସୁଧିର କୁମାର ସାମଲ, ପୂର୍ବତନ ବିଧାୟକ ଶ୍ରୀ ମୁକେଶ କୁମାର ପାଲ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ମହେନ୍ଦ୍ର ବସ୍ତିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅନୁଗୋଳ ନଗରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ସାହୁ, ଆଠମଲ୍ଲିକର ବରିଷ୍ଠ ବିଜେଡ଼ି ନେତା ଶ୍ରୀ ଭାଗିରଥି ପ୍ରଧାନ, ବରିଷ୍ଠ ସାମାଜିକ କର୍ମୀ ଶ୍ରୀ କୁଞ୍ଜ ବିହାରୀ ଦାସ ଏବଂ ପୂର୍ବତନ ମନ୍ତ୍ରୀ ପୂର୍ବତନ ଉପ ବାଚସ୍ପତି ତଥା ପୂର୍ବତନ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହ ଉପସ୍ଥିତ ଥିଲେ। ବରିଷ୍ଠ ବିଜେଡ଼ି ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରିୟଦର୍ଶୀ ପଟ୍ଟନାୟକ ମଞ୍ଚ ସଭାପତିତ୍ଵ କରିଥିଲେ। ଅଦ୍ଵୈତ ବାବୁଙ୍କ ସହିତ ଜଡିତ ବିଭିନ୍ନ ଅନୁଭୂତି ବିଶେଷ କରି ସାମାଜିକ ଜୀବନ ଠୁ କ୍ୟାବିନେଟ୍ ମନ୍ତ୍ରୀ ପର୍ୟ୍ୟନ୍ତ ଜୀବନ ଯାତ୍ରା ବିଷୟରେ ଆଲୋକପାତ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅତି ଘନିଷ୍ଠ ବନ୍ଧୁ ଥିଲେ ଅଦ୍ଵୈତ ବାବୁ। ଅନୁଗୋଳ ବ୍ଲକ, ବଅଁରପାଳ ବ୍ଲକ ଏବଂ ଅନୁଗୋଳ ପୌରପାଳିକା ଏବଂ ସମଗ୍ର ଜିଲ୍ଲାର ବରିଷ୍ଠ ନେତା ଏବଂ କର୍ମୀ ଏହି ସଭାରେ ଯୋଗଦେଇଥିଲେ। ଅନୁଗୋଳ ନଗର ବିଜେଡି ସଭାପତି ଶ୍ରୀ ବୃନ୍ଦାବନ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅରୁଣାଭ ସିଂହ, ରାଜୀବ ଲୋଚନ ଦାସଙ୍କ ସମେତ ବିଜୁ ଛାତ୍ର ଓ ଯୁବ ଜନତା ଦଳର ସଦସ୍ୟ ସଭା ପରିଚାଳନା କରିଥିଲେ।