Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ହଠାତ ଝଡ଼ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ଏହା କିଛି ଲୋକ ଙ୍କୁ ହୁଏତ ଗରମ ରୁ ଆସ୍ୱସ୍ତି ଦେଇଥାଇପାରେ । ହେଲେ ଆଉ କିଛି ଙ୍କ ବିନାଶକାରୀ ହୋଇଛି । ବୁଧବାର ସନ୍ଧ୍ୟାରେ ଅନୁଗୁଳ ଜିଲା ର ବିଭିନ୍ନ ସ୍ଥାନରେ ହଠାତ ଝଡ଼ ତୋଫାନ ସହ ବର୍ଷା ହୋଇଥିଲା । ହେଲେ ଏହାର କୁପରିଣତି ଭୋଗିଛନ୍ତି ଦିବ୍ୟାଙ୍ଗ ସମୂହ । ଅନୁଗୁଳ ସହର ଉପକଣ୍ଠ ସୁସୁଡ଼ା ପଞ୍ଚାୟତ ର ଗୋପୀନାଥପୁର ଗ୍ରାମରେ ଥିବା କେଦାର ଗୌରୀ ଦୃଷ୍ଟି ହୀନ ଓ ମୁଖ ବଧିର ଧନ୍ଦା ମୂଳକ ତାଲିମ କେନ୍ଦ୍ର ଟି ଏହି ଅଦିନିଆ ଝଡ଼ ତୋଫାନ ଯୋଗୁଁ ବେଶ ପ୍ରଭାବିତ ହୋଇଛି । ପ୍ରବକ ପବନ ବୋହିବା ଯୋଗୁଁ ଏଠାରେ କେନ୍ଦ୍ର ଟିର ଆଜବେଷ୍ଟ ଉଡାଇ ନେଇ ଯିବା ଫଳରେ ଅନ୍ତେବାସୀ ମାନେ ନାହିଁ ନଥିବା ସମସ୍ୟା ଭୋଗିଛନ୍ତି । ଆଜବେଷ୍ଟ ନଷ୍ଟ ହୋଇ ବ୍ୟାପକ ବର୍ଷା ପାଣି କେନ୍ଦ୍ର ରେ ଥିବା ଅନେକ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି । ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ତହସିଲଦାର ବିମଳ ଲେଙ୍କା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଏକ ପାଲ ଯୋଗାଇ ଦେଇଥିବା ଜଣାପଡିଛି । ସେପଟେ ଅନ୍ତେବାସୀଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଅନୁଗୁଳ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦୀପ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ସମ୍ପୃକ୍ତ ତାଲିମ କେନ୍ଦ୍ର ରେ ପ୍ରାୟ ୨୫ ଜଣ ଅନ୍ତେବାସୀ ରହୁଛନ୍ତି । ଅନ୍ୟପକ୍ଷରେ ଗତକାଲି ର ଘଟଣା ରେ ପରିଚାଳକ ଙ୍କ ଉପରେ ଇଟା ମାଡି ବସିବାରୁ ସେ ଆହତ ହୋଇ ପରେ ଚିକିତ୍ସିତ ହୋଇଛନ୍ତି । ଏଭଳି ସ୍ଥିତିରେ ସମ୍ପୃକ୍ତ ଅସହାୟ ମାନଙ୍କୁ ସହାୟତା ର ହାତ ବଢ଼ାଇବା ଆବଶ୍ୟକ ହୋଇପଡ଼ିଛି । ସେପଟେ ଆଜି ବିଜେଡି ଯୁବ ନେତା ଅରୁଣାଭ ସିଂ ଘଟଣା ସ୍ଥଳରେ ପହଞ୍ଚି ଅସହାୟ ଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।

Leave a Reply

Your email address will not be published. Required fields are marked *