Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଛେଣ୍ଡିପଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୬୩ ନମ୍ବର ରାଜ୍ୟ ରାଜପଥ ରେ ଭାରି ଯାନ ଚଳାଚଳ ର ସମୟ ପରିବର୍ତ୍ତନ ସଂକ୍ରାନ୍ତରେ ଆଜି ଏକ ଦାବିପତ୍ର ଛେଣ୍ଡିପଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁଧିପ କୁମାର ପ୍ରଧାନ ଙ୍କ ପକ୍ଷରୁ ଅନୁଗୁଳ ଜିଲାପାଳ ସିଧାର୍ତ୍ତ ଶଙ୍କର ସ୍ୱାଇଁ ଙ୍କୁ ପ୍ରଦାନ କରାଯାଇଛି ।
ସରପଞ୍ଚ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ନିକଟରେ ଗତ ୨୭ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଯେଉଁ ଭାରି ଯାନ ଚଳାଚଳ ଉପରେ ନିର୍ଦେଶ ଦିଆଯାଇଛି ଏଥିରେ ପରିବର୍ତନ ର ଆବଶ୍ୟକତା ରହିଛି । ଜନ ସାଧାରଣ ଙ୍କ ବୃହତ ସ୍ୱାର୍ଥ ଦୃଷ୍ଟି କୋଣ ରୁ ଭାରିଯାନ ଚଳାଚଳ ର ସମୟ ସକାଳ ଆଠ ଟା ଠାରୁ ମଧ୍ୟାହ୍ନ ୧୨ ଟା ଓ ଅପରାହ୍ନ ୩ଟା ୩୦ ମିନିଟ ରୁ ରାତି ୮ ଟା ୩୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଦାବି କରାଯାଇଛି ।
ଏହି ସମୟରେ ଭାରି ଯାନ ଚଳାଚଳ ଯୋଗୁଁ ବିଶେଷ ଭାବେ ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଟାନ କୁ ଯିବା ଆସିବା ରେ ବ୍ୟାପକ ସମସ୍ୟା ଉପୁଜୁଛି । ଏହାଛଡା ଚାଷ କରିବାକୁ ଯାଉଥିବା କୃଷକ ସମୂହ , ଗାଈ ଗୋରୁ ଙ୍କ ଚରା ବୁଲା ରେ ସମସ୍ୟା ସହ ସର୍ବପରି ସାଧାରଣ ଲୋକ ଙ୍କ ଯାତାୟତ ରେ ବିଶେଷ ପ୍ରଭାବ ସୃଷ୍ଟି ହେଉଛି ।
ତେଣୁ ଛେଣ୍ଡିପଦା ଗ୍ରାମ୍ୟ କମିଟି , ବ୍ୟବସାୟିକ ସଂଗଠନ ତଥା ଶିକ୍ଷାନୁଷ୍ଠାନ ଗୁଡିକ ର ବୃହତ ସ୍ୱାର୍ଥ ଦୃଷ୍ଟି କୋଣ ରୁ ଭାରିଯାନ ଚଳାଚଳ ସମୟ ରେ ପରିବର୍ତ୍ତନ ପାଇଁ ଦାବି କରାଯାଇଛି । ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ବେହେରା ଙ୍କ ସମେତ ସମ୍ପୃକ୍ତ ଅଞ୍ଚଳର କେତେକ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *