Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):୫ଟି ଯୋଜନାରେ ରୂପାନ୍ତରିତ ବିଦ୍ୟାଳୟ ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ରମରେ ଅନୁଗୁଳ ଜିଲା ର ୫୦ ଟି ବିଦ୍ୟାଳୟ କୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ସହର ର ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ଏହାକୁ ଲୋକାର୍ପଣ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପବାଚସ୍ପତି ରଜନୀକାନ୍ତ ସିଂ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ଆଠମଲ୍ଲିକ ବିଧାୟକ ରମେଶ ସାଏ , ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା , ପାଳଲହଡା ବିଧାୟକ ମୁକେଶ କୁମାର ପାଳ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅନୁଗୁଳ ଜିଲାପାଳ ସିଧାର୍ତ୍ତ ଶଙ୍କର ସ୍ୱାଇଁ । ଛାତ୍ର ବିଷ୍ଣୁ ପ୍ରସାଦ ଚଇନି ସ୍ମାର୍ଟ ସ୍କୁଲ ସଂକ୍ରାନ୍ତରେ ନିଜ ଅଭିଜ୍ଞତା ପ୍ରକାଶ କରିଥିଲେ । ସେହିପରି ଢେଙ୍କାନାଳ ଜିଲା ସହର ଉପକଣ୍ଠ ମହିଷାପାଟ ସ୍ଥିତ ଆଦର୍ଶ ବିଦ୍ୟାଳୟ ରେ ଅନୁରୂପ ଭାବେ ଏଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଭିଡିଓ କନ୍ଫରେନସିଂ ଜରିଆରେ ଜିଲା ର ପ୍ରାୟ ୧୦୫ ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପିତ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ଙ୍କ ସମେତ ସାଂସଦ ମହେଶ ସାହୁ , ବିଧାୟକ ସୁଧୀର ସାମଲ , ବିଧାୟିକା ସୀମା ନାୟକ , ଜିଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ୍ ଓ ଜିଲାପାଳ ସରୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସୁଚନା ଅନୁସାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ମୋଟ ୫୩୧ ଟି ସ୍ମାର୍ଟ ସ୍କୁଲ ଲୋକାର୍ପିତ ହୋଇଥିବା ବେଳେ , ଶନିବାର ଆଉ ୪୯୨ ଟି ସ୍ମାର୍ଟ ସ୍କୁଲ ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *