ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ସିବିଆଇ ପଞ୍ଚାରେ ସହକାରୀ ଡାକ ଅଧିକ୍ଷକ। କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଦୂରକୁ ବଦଳି କରି ଦେବାକୁ ଧମକ ଦେଇ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ । ସୂଚନା ଅନୁସାରେ କୁରୁଡୁଲ ପୋଷ୍ଟ ଅଫିସର ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ ଚାକିରୀ କରିଥିବା ଶୁଭ୍ରାଂଶୁ ଶେଖର ପ୍ରଧାନଙ୍କୁ ଅନୁଗୁଳ ପୂର୍ବ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ଡାକ ଅଧିକ୍ଷକ #ଟିକନକୁମାରଦେବତା ତାଙ୍କୁ ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ ତାଙ୍କୁ ଦୂରକୁ ବଦଳି କରିଦେବେ ବୋଲି ଧମକ ଦେଇଥିଲେ । ଆଉ ଏଥିପାଇଁ ସମ୍ପୁକ୍ତ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ସିବିଆଇ ର ଦ୍ୱାରସ୍ଥ ହୋଇଥିଲେ । ଆଉ ଯୋଜନା ଅନୁସାରେ ସିବିଆଇ ତାଙ୍କୁ ଆଜି ଧରିଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଓ ଅମଲାପଡାସ୍ଥିତ ବାଇପାସ ବାସଭବନରେ ଚଢ଼ାଉ କରୁଛି ।