Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବଅଁରପାଳ ବ୍ଲକ ସାନ୍ତରାପୁର (ଖ) ଗ୍ରାମପଞ୍ଚାୟତରେ ବରିଷ୍ଠ ନାଗରିକ ସମ୍ମାନ ୧ମ ବାର୍ଷିକ ଉତ୍ସବ ସ୍ଥାନୀୟ ବଉଳିନଦୀ ଆମ୍ବତୋଟା ଠାରେ ଶିକ୍ଷାବିତ୍ ଗୌତମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନୀତ ଅତିଥି ଭାବେ ନାଟ୍ୟଗୁରୁ କରୁଣାକର ନାଥ ଯୁବ ସାମ୍ବାଦିକ ତାପସ କୁମାର ଜେନା ମୁଖ୍ୟ ବକ୍ତା ଗୌତମଚନ୍ଦ୍ର ସାହୁ ଯୋଗ ଦେଇ ଆଲୋଚନା କରିଥିଲେ ଯେ, ବୃଦ୍ଧ ପିତାମାତାଙ୍କ ପ୍ରତି ପୁଅ ଝିଅମାନେ ସେମାନଙ୍କ ଦାୟିତ୍ୱ ବୋଧ ଭୁଲି ଯାଉଥିବାରୁ ସମାଜ କୁପଥଗାମୀ ହେଉଛି । ବରିଷ୍ଠ ନାଗରିକମାନଙ୍କ ଶାରୀରିକ ଓ ମାନସିକ ସୁସ୍ଥତା । ସେମାନଙ୍କ ମନୋବଳକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେବା ସହ ସେମାନଙ୍କ ଆଗାମୀ ଓ ଆଗାମୀ ଦିନଗୁଡିକ ସବୁଠୁ ଭଲ ଦିନ ହେବାର ଆଶା ରଖି କାର୍ଯ୍ୟ କରିବା ଉଚିତ୍ । କେବେହେଲେ କୈାଣସି ପରିସ୍ଥିତିରେ ସେମାନେ ଭାଙ୍ଗି ନ ପଡି ସର୍ବଦା ଶାନ୍ତ ରହିବା ଉଚିତ୍ ସମ୍ବାନିତ ଅତିଥି ଭାବେ ନାଟ୍ୟଗୁରୁ କରୁଣାକର ନାଥ ଯୁବ ସାମ୍ବାଦିକ ତାପସ କୁମାର ଜେନା ଯୋଗ ଦେଇ ଗ୍ରାମରେ ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟରେ ସାମିଲ ହେଉଥିବା ଯୁବଗୋଷ୍ଠୀଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମାଜସେବୀ ଭ୍ରମରବର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ବର୍ଷ ହେବ ଏହି କାର୍ଯ୍ୟକ୍ରମ ଗ୍ରାମର ଯୁବଗୋଷ୍ଠୀ କବିବର ସାହୁ, ସିପୁ ସାହୁ, ସୁଜିତ୍ ବେହେରା, ମିଥୁନ ସାହୁ, ଅମିତ୍ ସାହୁ, ସରୋଜ ବେହେରା, ଲିଟୁ ବେହେରା, ଜଗନ୍ନାଥ ସାହୁ, ରାଜେନ୍ଦ୍ର ପ୍ରସାଦ ସାହୁ, ଜିତେନ୍ଦ୍ର ମହାଲିକ, ବିକାଶ ରଞ୍ଜନ ବେହେରା, ଦୁଷ୍ମନ୍ତ ସାହୁ, ଧନଞ୍ଜୟ ସାହୁ, ବିଶ୍ୱଜିତ୍ ସାହୁ, ବିଶ୍ୱଜିତ୍ ବେହେରା, ପିଣ୍ଟୁ ସାହୁ, ଅସିତ୍ କୁମାର ସାହୁ, ରୀଙ୍କୁନ ସାହୁ, ତାପସ ମହାଳିକ, ତପନ ସାହୁ, ଯୁଗଳ ସାହୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *