ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟି ୧୯୮୨ ମସିହା ଠାରୁ ୬ଷ୍ଠ ଓ ୭ମ ଶ୍ରେଣି କୁ ନେଇ ସ୍ଥାପିତ ହୋଇଛି। ୫ ହାଜର ଜନସଂଖ୍ୟା ବିଶିଷ୍ଟ ବଡକଞ୍ଜନୀ, ସାନ କଞ୍ଜନୀ, ନୂଆପଡ଼ା, ସଟରାଙ୍ଗ, ସାରଙ୍ଗପୁର ପ୍ରଭୃତି ପାଞ୍ଚଟି ଗ୍ରାମର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଜନସାଧାରଣ ସହଯୋଗ ରେ ଏହି ବିଦ୍ୟାଳୟ ଟି ଗଢି ଉଠିଥିଲା। ବର୍ତ୍ତମାନ ୬ଷ୍ଠ ଓ ୭ମ ଶ୍ରେଣି ରେ ୬୧ ଜଣ ଛାତ୍ରଛାତୀ ନାମ ଲେଖିଛନ୍ତି। ୨୦୨୨ ଏପ୍ରିଲ ଠାରୁ ସମସ୍ୟା ଶିକ୍ଷକ ଓ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଛନ୍ତି। ଫଳରେ ଆଜିକୁ ପ୍ରାୟ ୬ ମାସ ହେବ ବିଦ୍ୟାଳୟ କୌଣସି ଶିକ୍ଷକ ନଥିବାରୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବିଦ୍ୟାଳୟ ଠାରୁ ନିକଟ ବର୍ତ୍ତୀ ବିଦ୍ୟାଳୟ ର ଦୂରତା ପ୍ରାୟ ୫ ରୁ ୭ କିମି ହୋଇଥିବାରୁ ପିଲା ମାନେ ଅନ୍ୟ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଯିବା କୁ ଅନେକ ଅସୁବିଧା ହେବା ସହିତ ଛାତ୍ରଛାତ୍ରୀ ମାନେ ପାଠ ପଢା ଛାଡିବାକୁ ବାଧ୍ୟ ହେଉଛନ୍ତି। ଯାହା ଫଳରେ ଗ୍ରାମବାସୀ ଏବଂ ପିଲାମାନଙ୍କର ଦାବି ଯେ, ପୁନଃ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ କରାଯାଇ ବିଦ୍ୟାଳୟ କୁ ଚଳେଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।